Below header

ସାମ୍ନାକୁ ଆସିଲା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ଜାଣନ୍ତୁ କେମିତି ଥିଲା

ଉପବାସ ରହି ରହି ମୃତ୍ୟକୁ ଅତି ନିକଟରୁ ଦେଖିଥିଲେ ବାପୁ

ବହୁଦିନ ପରେ ଲୋକଲୋଚନକୁ ଆସିଛି ମହାତ୍ମା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତକ । ରାଷ୍ଟ୍ରୀୟ ଗାନ୍ଧୀ ସଂଗ୍ରହାଳୟରେ ଥିବା ଇଣ୍ଡିଆନ କାଉଁସିଲ ଅଫ ମେଡିକାଲ ଆଣ୍ଡ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ପୁସ୍ତକ ଗାନ୍ଧୀ ଆଣ୍ଡ ହେଲଥ୍‌ @୧୫୦ରେ ଏହି ତଥ୍ୟ ସାମ୍ନାକୁ ଆଣିଛି । ପୁସ୍ତକଟି ହିମାଚଳର ଧର୍ମଶାଳାରେ ୧୪ତମ ଦଲାଇ ଲାମା ଉନ୍ମୋଚନ କରିଥିଲେ । ଏଥିରେ ଉଲ୍ଲେଖ ଅଛି ବାପୁଙ୍କର ଓଜନ ସେତେବେଳେ ୪୭.୭ କିଲୋଗ୍ରାମ ଥିଲା ଓ ସେହି ସମୟରେ ତିନି ଥର ମ୍ୟାଲେରିଆ ଜ୍ୱରର ଶିକାର ହୋଇଥିଲେ । ଅନେକ ସମୟରେ ଉପବାସ ରହି ରହି ମୃତ୍ୟକୁ ଅତି ନିକଟରୁ ଦେଖିଥିଲେ ବାପୁ ।

mahatma-gandhi-

ଆହୁରି ମଧ୍ୟ ୨୧ ଦଶକରେ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ କିପରି ଥିଲା ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ୧୯୩୯ ମସିହାରେ ଗାନ୍ଧୀଙ୍କ ଓଜନ ୪୭.୭ କିଲୋଗ୍ରାମ ଓ ଉଚ୍ଚତା ଥିଲା ୫ଫୁଟ ୫ଇଞ୍ଚ । ଯାହା ସାଧାରଣ ସ୍ୱାସ୍ଥ୍ୟବାନ ଲୋକ ତୁଳନାରେ କମ ଥିଲା । ସେ ସମୟରେ ବାପୁଙ୍କୁ ଅନେକ ମାରାତ୍ମକ ରୋଗ ହୋଇଥିଲା । ଯଥାକ୍ରମେ ୧୯୨୫, ୧୯୩୬ ଓ ୧୯୪୪ରେ ବାପୁଙ୍କୁ ମ୍ୟାଲେରିଆ ରୋଗ ହୋଇଥିଲା ଏବଂ ୧୯୧୯ ଓ ୧୯୨୪ରେ ତାଙ୍କର ପାଇଲ୍ସ ଓ ଆପେଣ୍ଡିସାଇଟିସ୍‌ ଅପରେସନ ହୋଇଥିଲା ।

gandhi

୧୯୩୭ରୁ ୪୦ ମଧ୍ୟରେ ବାପୁଙ୍କର ଇସିଜି ହୋଇଥିଲା, ଯେଉଁଥିରେ ରିପୋର୍ଟ ସ୍ୱାଭାବିକ ଥିଲା । ତାଙ୍କର ଉଚ୍ଚ ରକ୍ତଚାପ ଥାଇ ମାଧ୍ୟ ସେ ସବୁବେଳେ ଶାନ୍ତ ରହୁଥିଲେ । ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ସର୍ପଗନ୍ଧାର ତିନି ବୁନ୍ଦା ଖାଉଥିଲେ । ଏହି ପୁସ୍ତକରେ ଲେଖା ଯାଇଛି ଗାନ୍ଧୀ ନିୟମିତ ୧୮ କିଲୋମିଟର ଖାଲି ପାଦରେ ଚାଲୁଥିଲେ । ୧୯୧୩ରୁ ୧୯୪୮ ମଧ୍ୟରେ ଚାଲିଥିବା ଅଭିଯାନରେ ବାପୁ ପାଖାପାଖି ୭୯୦୦୦ କିମି ପଦଯାତ୍ରା କାରିଥିଲେ । ଯାହା ପୃଥିବୀକୁ ଦୁଇଥର ଭ୍ରମଣ କରିବା ସହ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.