ମହାତ୍ମା ଗାନ୍ଧିଙ୍କ ପ୍ରେରଣା, ଯାହାକୁ ଆପଣାଇଲେ ଦୁନିଆର ପ୍ରମୁଖ ନେତା
ଆଗାମୀ ଅକ୍ଟୋବର ୨ ତାରିଖରେ ଦେଶ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମଦିନ ପାଳନ କରିବାକୁ ଯାଉଛି । ଗାନ୍ଧିଜୀ ନିଜ ଜୀବନର ବିଚାର ଯୋଗୁଁ ସମଗ୍ର ବିଶ୍ୱରେ ପରିଚିତି ହାସଲ କରିଥିଲେ। ଦୁନିଆରେ ଏପରି ଅନେକ ନେତା, ବିଚାରକ ରହିଛନ୍ତି, ଯେଉଁମାନେ ଗାନ୍ଧିଜୀଙ୍କ ଠାରୁ ପ୍ରେରଣା ନେଇଥିଲେ। ଏମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା, ନେଲସନ ମାଣ୍ଡୋଲା, ଆଙ୍ଗ-ସାନ-ସୁ କି, ଆଲବର୍ଟ ଆଇନଷ୍ଟାଇନ, ଜର୍ଜ ବନାର୍ଡ ଶ, ଷ୍ଟିଭ ଜବ୍ସ ଆଦି ସାମିଲ ରହିଛନ୍ତି।
ବରାକ ଓବାମା :
୨୦୦୯ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବରାକ ଓବାମା ହାଇସ୍କୁଲରେ ପହଞ୍ଚିବା ସମୟରେ ନବମ ଶ୍ରେଣୀର ଜଣେ ଛାତ୍ର ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ ଆପଣ ଯଦି କୌଣସି ବ୍ୟକ୍ତିଙ୍କ ସହିତ ଡିନର କରିବାକୁ ଚାହିଁବେ ସେ ଜୀବନ୍ତ କି ମୃତ ହୋଇଥାନ୍ତୁ ? ଏହାର ଉତ୍ତରରେ ବରାକ ଓବାମା ମହାତ୍ମା ଗାନ୍ଧିଙ୍କ ନାମ କହିଥିଲେ।
ନେଲସନ ମାଣ୍ଡୋଲା :
ଦକ୍ଷିଣ ଆଫ୍ରିକାର ନେତା ନେଲସନ ମାଣ୍ଡୋଲାଙ୍କ ପାଇଁ ମହାତ୍ମା ଗାନ୍ଧି ପ୍ରେରଣାର ଉତ୍ସ ରହିଥିଲେ। ଗାନ୍ଧିଜୀଙ୍କ ବିଚାରକୁ ଅନୁସରଣ କରି ନେଲସନ ଦକ୍ଷିଣ ଆଫ୍ରିକାର ଗାନ୍ଧି ଭାବେ ପରିଚିତ ହାସିଲ କରିଥିଲେ। ନେଲସନଙ୍କ ମହାନ ଶିକ୍ଷକ ରହିଥିଲେ ଗାନ୍ଧି। ଗାନ୍ଧିଙ୍କ ବଚାର ଦକ୍ଷିଣ ଆଫ୍ରିକାକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ମାଣ କରିଥିଲା।
ଆଲର୍ବଟ ଆଇନଷ୍ଟାଇନ :
ଆଲର୍ବଟ ଆଇନଷ୍ଟାଇନ ଏବଂ ମହାତ୍ମା ଗାନ୍ଧୀ ଦୁହେଁ ଦୁହିଁଙ୍କର ବଡ ପ୍ରଶଂସକ। ଏକ ପତ୍ରରେ ଆଇନଷ୍ଟାଇନ କହିଥିଲେ, ‘ଗାନ୍ଧିଙ୍କ ବିଚାର ଆମ ସମୟର ନେତାଙ୍କ ପାଇଁ ସବୁଠାରୁ ଜ୍ଞାନବାନ ଏବଂ ଆଧ୍ୟାତ୍ମିକ ଅର୍ନ୍ତଦୃଷ୍ଟି ରଖିଥିଲା।
ମାର୍ଟିନ ଲୁଥର କିଙ୍ଗ ଜୁନିଅର :
ଆମେରିକାର ମହାନ କ୍ରାନ୍ତିକାରୀ ମାର୍ଟିନ ଲୁଥର କିଙ୍ଗ ଜୁନିଅର ଗାନ୍ଧିଙ୍କ ବିଚାର ତାଙ୍କୁ ପ୍ରେରଣା ଯୋଗାଇଥିଲା। ମାର୍ଟିନ ଆମେରିକାରେ ନିଜର ଅଧିକାରୀ ପାଇଁ ଲଢୁଥିବା ଆଫ୍ରିକା ଲୋକଙ୍କ ପାଇଁ ଅହିଂସା ଆନ୍ଦୋଳନର ରାସ୍ତା ଆପଣାଇଥିଲେ।