Below header

ଏହି ବ୍ୟକ୍ତିଙ୍କ ମୁହଁ ନୁହେଁ ବରଂ ନାକରେ ବଢ଼ୁଥିଲା ଦାନ୍ତ, ଜାଣନ୍ତୁ ପୁରା ଖବର

ମାନବ ଶରୀରର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଏକ ଜଟିଳ ଭାବେ ଗଠିତ । ମଣିଷ ଶରୀରର ପ୍ରତିଟି ଅଙ୍ଗ ଅନ୍ୟ ଅଙ୍ଗ ଉପରେ ନିର୍ଭରଶୀଳ । ଏହି ଶରୀରରେ ଯଦି କିଛି ଅନିୟମିତ ତଥା ଅସାଧାରଣ ଘଟଣା ଘଟେ ତେବେ ତାହା ଶରୀରକୁ ଯନ୍ତ୍ରଣା ହେବାତ ସୁନିଶ୍ଚିତ । ଏମିତିରେ ଲୋକେ ଏକ ଜଟିଳ ରୋଗରେ ମଧ୍ୟ ପୀଡିତ ହୁଅନ୍ତି । କେବେ କେବେ ତ ଶରୀରରେ ଏମିତି ଘଟଣା ଘଟେ ତାହାକୁ ବୁଝିବା ଡାକ୍ତରଙ୍କ ପକ୍ଷେ ମଧ୍ୟ ଅସମ୍ଭବ ହୋଇପଡେ । ଏମିତି ହିଁ ଏକ ବିସ୍ମିତ କରିଦେବା ଭଳି ଘଟଣା ଘଟିଛି ଚୀନରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ସହ । ପ୍ରକୃତରେ ଚୀନରେ ରହୁଥିବା ଏହି ବ୍ୟକ୍ତି ଜଣକ ଦୀର୍ଘ ୩ ମାସ ଧରି ଶ୍ଵାସ ନେବାରେ କଷ୍ଟ ଅନୁଭବ କଲେ ।

tooth

ଏହା ସହ ତାଙ୍କ ନାକରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥିଲା । ଦିନ କୁ ଦିନ ଏହି ସମସ୍ୟା ଜଟିଳ ହେବାକୁ ଲାଗିଲା । ଏହା ସହ ଝାଙ୍ଗଙ୍କର ଯନ୍ତ୍ରଣା ମଧ୍ୟ ଅସହ୍ୟ ହୋଇପଡିଲା । ଶେଷରେ ବାଧ୍ୟ ହୋଇ ଝାଙ୍ଗ ଡାକ୍ତରଙ୍କ ନିକଟକୁ ଗଲେ । ପରେ ଡାକ୍ତର ପୁରା ତଥ୍ୟ ଶୁଣି ତାଙ୍କର ଏକ୍ସ- ରେ କରାଇଥିଲେ । ଏକ୍ସ ରେ ରିପୋର୍ଟ ଆସିବାରୁ ଜଣା ପଡିଲାକି ଝାଙ୍ଗଙ୍କ ନାକ ନଳୀର ପଛ ପାଖରେ ଏକ ଦାନ୍ତ ବଢୁଛି । ପରେ ଡାକ୍ତର ୩୦ ମିନିଟର ଏକ ଅପରେସନ କରି ଝାଙ୍ଗଙ୍କ ନାକରୁ ୧ ସେଣ୍ଟି ମିଟର ବିଶିଷ୍ଟ ସେହି ଦାନ୍ତ ଟିକୁ ବାହାର କରିଥିଲେ । ଡାକ୍ତରଙ୍କ ଅନୁଯାୟୀ ଏହି ପରି ଏକ ଘଟଣା ଘଟିବା ପଛରେ ଏକ ଦୁର୍ଘଟଣା ହିଁ ଦାୟୀ ।

ଏହା ସହ ପଢନ୍ତୁ: ଦୁଇ ହଜାର ଜିଅନ୍ତା ଲୋକଙ୍କୁ ମାରି ଏହି କୄର ଶାସକ ବନାଇଥିଲେ ମିନାର, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

ପ୍ରକୃତରେ ଝାଙ୍ଗଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ସେ ଦୁଇ ମହଲା ବିଶିଷ୍ଟ ଏକ ମଲ ଛାତ ଉପରୁ ତଳେ ପଡି ଯାଇଥିଲେ | ସେହି ସମୟରେ ତାଙ୍କର ୨ଟି ଦାନ୍ତ ଉପୁଡି ଯାଇଥିଲା । ସେହି ସମୟରେ ଗୋଟିଏ ଦାନ୍ତ ମିଳିଥିବା ବେଳେ ଅନ୍ୟ ଦାନ୍ତଟି ଆଉ ମିଳି ନ ଥିଲା । ତେଣୁ ସନ୍ଦେହ କରାଯାଉଛିକି ସେହି ଦାନ୍ତଟି ହିଁ ଝାଙ୍ଗଙ୍କ ନାକ ଭିତରେ ହିଁ ରହି ଯାଇଥିଲା । ଦାନ୍ତଟି ମଧ୍ୟ ବଢିବାକୁ ଲାଗିଥିଲା । କିନ୍ତୁ ଏହା ପରର ୨୦ ବର୍ଷ ଧରି ଝାଙ୍ଗ ତଥା ତାଙ୍କ ପରିବାର ବର୍ଗ ଏବିଷୟରେ କିଛି ବି ଜାଣି ପରି ନ ଥିଲେ । ଏହି ଘଟଣା ଏବେ ଚୀନ ସମେତ ସମଗ୍ର ବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.