ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଶେଷ କାର୍ଯ୍ୟ ଦିବସ, ଆସନ୍ତା ୧୭ରେ ମୁଖ୍ୟ ବିଚାରପତି ପଦରୁ ନେବେ ଅବସର

ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୧୭ ତାରିଖରେ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଏସ୍‌.ଏ ବୋବଡେ । ଏହାରି ଭିତରେ ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ କାର୍ଯ୍ୟାଳୟରେ କିଛି ସମୟ ପାଇଁ ବସିଥିଲେ । ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ଏସ୍‌.ଏ ବୋବ୍‌ଡେଙ୍କ ସହ କୋର୍ଟ ରୁମ୍‌ରେ ବସିଥିଲେ । ତିନି ମିନିଟ୍‌ ମଧ୍ୟରେ ୧୦ ମାମଲାର ନୋଟିସ୍‌ ଜାରି କରିଛନ୍ତି ସିଜେଆଇ ରଞ୍ଜନ ଗୋଗୋଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.