Below header

କଳିଯୁଗର ଶ୍ରବଣ କୁମାର, ୭୦ ବର୍ଷର ମା’କୁ ବିଭିନ୍ନ ପବିତ୍ର ସ୍ଥାନ ବୁଲାଉଛନ୍ତି ଏହି ସୁଯୋଗ୍ୟ ପୁଅ

ଆସାମ : ନିଜ ମାତା-ପିତାଙ୍କୁ କାନ୍ଧରେ ବୁହାଇ ନେଇଥିବା ଶ୍ରବଣ କୁମାର ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି। ଶ୍ରବଣ କୁମାର ଭାରତୀୟ ସଂସ୍କୃତିର ଉଦାହରଣ ପାଲଟି ଯାଇଛନ୍ତି। ଶ୍ରବଣ କୁମାରଙ୍କ ଭଳି ସନ୍ତାନ ଆଜିର ଦୁନିଆରେ ପ୍ରୁଥିବୀରେ ବହୁତ କମ୍ ଅଛନ୍ତି। କାରଣ ଆଜିର ସନ୍ତାନ ମାନେ ବଡ ହେବା ପରେ ନିଜ ବାପା ମା’ଙ୍କୁ ଭୁଲିଯାଉଛନ୍ତି। ଯଦିଓ ଆଜିର ସନ୍ତାନ ଅତୀତର ସେହି ଶ୍ରବଣ କୁମାରଙ୍କ ସହିତ ତୁଳନୀୟ ନୁହେଁ, ତଥାପି ଶ୍ରବଣ କୁମାର ମାନସିକତାର କିଛି ଲୋକ ଏହି ପବିତ୍ର ମାଟିରେ ଅଛନ୍ତି । କର୍ଣ୍ଣାଟକର ମହୀଶୂର ନିବାସୀ ଡି କ୍ରିଷ୍ଣା କୁମାର । ସେ ୭୦ ବର୍ଷ ବୟସରେ ନିଜ ମା’ଙ୍କୁ ସ୍କୁଟରରେ ବସାଇ ଦେଶର ବିଭିନ୍ନ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ବୁଲାଉଛନ୍ତି ।

SHRAVANସେ କୁହନ୍ତି ‘ମୁଁ ମାତୃ ସେବା ସଂକଳ୍ପ’ ଯାତ୍ରାରେ ବାହାରିଛି । ମୁଁ ମା’ଙ୍କୁ ସାଥୀରେ ନେଇ ୨୦୧୮ ଜାନୁୟାରୀ ୧୬ରେ ବାହାରିଥିଲି ।କ୍ରିଷ୍ଣା ମିଡିଆକୁ ଜଣାଇଛନ୍ତି ଯେ, ତାଙ୍କର ଭ୍ରମଣ କାଳରେ ସେ ପ୍ରଥମେ କେରଳ ପହଂଚିଥିଲେ । ସେଠାରୁ ସେ ତାମିଲନାଡୁ, ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ ଓ ବିହାର ବୁଲିସାରିଛନ୍ତି। ଏହାପରେ ନେପାଳ ଓ ଭୂଟାନ ଯିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଦର୍ଶନ କରିଛନ୍ତି ବୋଲି ଆସାମର ତିନିସୁକିଆରେ କ୍ରିଷ୍ଣା କହିଛନ୍ତି ।

video courtesy : ani news

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.