ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଭବଷ୍ୟ ବଦଳିପାରେ TikTok , ଜାଣନ୍ତୁ କିପରି

ଦେଶ ହେଉବା ବିଦେଶ ଏବେ ସମସ୍ତଙ୍କୁ ଘାରିଛି ଟିକଟକର ନିଶା । ଏପରିକି ଏହାର ଆପକୁ ବର୍ତ୍ତମାନ ପର‌୍ୟ୍ୟନ୍ତ ୯୫କୋଟି ଥର ଡାଇନଲୋଡ କରାଯାଇଛି। ଏହାର ଖାସ କଥା ହେଉଛି ୟ୍ୟୁଟ୍ଵୁବ୍‌ , ଓ୍ଵାଇନ୍‌ ଏବଂ ଇନଷ୍ଟାଗ୍ରାମରେ ଆପଣ କେବଳ ଗୀତ ଶୁଣିପାରିବେ କନ୍ତୁ ଟିକଟକରେ ଆପଣ ସେହି ଗୀତରେ ଦେଖାଇ ପାରିବେ ନିଜ ଅଭିନୟ କରିବାର କଳା । ଏପରିକି ଟିକଟକ୍‌ ଭିଡିଓରୁ ଅନେକ କମ ବୟସର କଳାକାର ଲୋକପ୍ରିୟତା ହାସଲ କରୁଛନ୍ତି। ଏପରିକି ଟିକଟକରୁ ଏମାନେ ରୋଜଗାର ମଧ୍ୟ କରୁଛନ୍ତି।
ଏପରି କହିବା ବ୍ୟର୍ଥ ହେବ ନାହିଁ କି ଟିକଟକ୍‌ ସାରା ଦୁନିଆର ଯୁବଗୋଷ୍ଠୀଙ୍କୁ ଏକାଠୀ କରିଥାଏ। ତେବେ ଏବେ ଟିକଟକ୍ ଆପର ପ୍ରଭାବ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ଉପରେ ପଡିପାରେ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହା ପଛର ସତ୍ୟାତା ।

tik

ଏହି ଆପର ଖାସ କଥା ହେଉଛି, ଏଥିରେ କୌଣସି ମଧ୍ୟ ଭିଡିଓର ସ୍ନାପ ଉଠାଇ ଅନ୍ୟ ଭିଡିଓରେ ପୋଷ୍ଟ କରାଯାଇପାରିବ। ଯାହା ଫଳରେ ଏଥିରେ ଅଧିକ ସଂଖ୍ୟାକ ଲୋକ ଜଡିତ ହୋଇଥାନ୍ତି। ଏହି ଆପ ବର୍ତ୍ତମାନ ଏତେ ମାତ୍ରାରେ ପ୍ରସିଦ୍ଧ ଲାଭ କରିଛି କି ଏବେ ଏହା ସହ ଅନ୍ୟାନ୍ୟ କମ୍ପାନୀ ବ୍ୟବସାୟ କରିବାକୁ ଚାହିଁଛନ୍ତି। ତେବେ ରିପୋର୍ଟ ମୁତାବକ ଖୁବ ଶୀଘ୍ର ଟିକଟକ୍ ଏହାର ମ୍ୟୁଜିକ୍ ସିଷ୍ଟମକୁ ଡେଭଲପ କରିବାକୁ ଯାଉଛି। ଏହା ନେଇ ଲିଙ୍କଡ୍ ଇନରେ ମଧ୍ୟ ଶୁଣିବାକୁ ମିଳିଥିଲା।

tiktok death

ସମୟ ଖୁବ ଶୀଘ୍ର ବଦଳିବାରେ ଲାଗିଛି। ଏଣୁ ଏନେଇ ସମସ୍ତ ଡିଜିଟାଲ ଆପ ଗୁଡିକ ମଧ୍ୟ ଅପଡେଟ ହେଉଛି। ୨୦୧୮ ମସିହାରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ୭୫ପ୍ରତିଶତ ରେଭନ୍ୟୁ ଷ୍ଟ୍ରିମିଂରୁ ଆସିଥାଏ। କିନ୍ତୁ ସୋସିଆଲ ମିଡିଆର ଚଳଣି ବଢ଼ିବା ପରେ ଅନେକ ଜିନିଷରେ ପରିବର୍ତ୍ତନ ଘଟିଥିଲା। ଏପରିକି ପପ୍ ସିଙ୍ଗରଙ୍କ ଆଧିପତ୍ୟ ଶେଷ ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଟିକଟକ୍ ଆସିବା ପରେ ଜଣା-ଶୁଣା ରାପର୍ସ ଏହାର ଖୁବ ଫାଇଦା ଉଠାଉଛନ୍ତି। ଏଠାରେ ସାଧାରଣ ଲୋକଙ୍କୁ ମଧ୍ୟ ନିଜର ଭିନ୍ନ କାଳାକ୍ରୁତି ଦେଖାଇବାର ମଉକା ମିଳୁଛି। ଏହା ଦ୍ବାରା ଭବିଷ୍ଯରେ ଇଣ୍ଡଷ୍ଟ୍ରୀକୁ ଖୁବ ନୂତନ କଳାକାର ମିଳିବେ ବୋଲି ଜଣାପଡିଛି।

ନୂତନ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଏହା ଏକ ଖାସ ପ୍ଳାଟଫର୍ମ ଅଟେ। ଏଠାରେ ବିନା କୌଣସି ସଙ୍କେଚ ଏବଂ ସନ୍ଦେହରେ ପିଲାମାନେ ନିଜର କଳା ପ୍ରଦର୍ଶନ କରିପାରୁଛନ୍ତି। ଯଦି ଏପରି ଚାଲିଲା ତେବେ ଧିରେଧିରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ଚାହିଦା କମ ହେଉଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.