ପୁରୀ: ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ ବ୍ରେକ୍ ନିର୍ମାଣ

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏପଟେ ଝାରସୁଗୁ଼ଡାରେ ତିଆରି ହେଉଛି ରଥର ବ୍ରେକ୍। ପୂର୍ବରୁ ରଥ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ୨୦୦୮ ମସିହାରୁ ବ୍ରଜରାଜନଗରର ଇଞ୍ଜିନିୟର ଅଶ୍ୱିନୀ ମିଶ୍ର ଓ ତାଙ୍କ ୭ଜଣିଆ ଦଳ ରଥ ବ୍ରେକ୍ ନିର୍ମାଣ କରି ଯୋଗାଇ ଆସୁଛନ୍ତି। ଏହାର ନିର୍ମାଣରେ ୨ରୁ ୫ଟନ୍ ଓଜନର ଶାଳ କାଠକୁ ୨ଫୁଟ ଉଚ୍ଚ ଓ ୨ଫୁଟ ଚଉଡ଼ା ଆକାରରେ କାଟି ବ୍ରେକ୍ ନିର୍ମାଣ କରାଯାଉଛି। ୧୬ଫୁଟ ୨ଇଞ୍ଚ, ୧୬ ଫୁଟ ୪ଇଞ୍ଚ ଓ ୧୬ ଫୁଟ ୬ଇଞ୍ଚର ୩ଟି ବ୍ରେକକୁ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯାଉଛି। ବ୍ରେକ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ପୁରୀ ଅଭିମୂଖେ ବାହାରିବ। ପରେ ଏହାକୁ ରଥରେ ସଂଯୋଗ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.