କଟକରେ ହେବ ୨୧ତମ କମନୱେଲଥ୍ ଟିଟି ଚାମ୍ପିଅନସିପ

କଟକ(କେନ୍ୟୁଜ୍): କଟକରେ ହେବ ୨୧ତମ କମନୱେଲଥ୍ ଟିଟି ଚାମ୍ପିଅନସିପ। ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ଟିଟି ଫେଡେରେସନ ଅଫ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ଟିଟି ଆସୋସିଏସନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସମ୍ମାନଜନକ ପ୍ରତିଯୋଗୀତାରେ ସହଯୋଗ ପାଇଁ ଟିଟି ଆସୋସିଏସନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ବିଶେଷକରି ଟେବୁଲ ଟେନିସରେ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହା ସହୟକ ହେବ ବୋଲି ସେ କହିଛନ୍ତି। ଗତ କିଛି ବର୍ଷ ଧରି ଟେବୁଲ ଟେନିସରେ ଭାରଚୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଆସିଛନ୍ତି। ଏହି ପ୍ରତିଯୋଗୀତା ପରେ ଖେଳାଳିମାନେ ଟେବୁଲ ଟେନିସ ପ୍ରତି ଆକୃଷ୍ଟ ହେବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.