ବୌଦ୍ଧ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପିଉସୀକୁ ଗଳାକାଟି ହତ୍ୟା କଲା ପୁତୁରା

ବୌଦ୍ଧ(କେନ୍ୟୁଜ୍): ସମ୍ପର୍କରେ ରକ୍ତର ଛିଟା । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପିଉସୀକୁ ଗଳାକାଟି ହତ୍ୟା କଲା ପୁତୁରା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଆଶ୍ରେ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ପୁତୁରା। ତେବେ ପିଉସୀ ଏଥିରେ ବାଧା ଦେବାରୁ କ୍ରୋଧରେ ଏକ ଛୁରୀ ସାହାଯ୍ୟରେ ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ବି ଅଭିଯୁକ୍ତ ପିଉସୀଙ୍କ ସହ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.