ଓଡ଼ିଶାରେ ଜୁନ୍‌ ମାସରେ ସ୍ୱାଭାବିକଠାରୁ ୩୧.୫ ପ୍ରତିଶତ କମ୍ ବର୍ଷା

ଓଡ଼ିଶାରେ ଜୁନ୍‌ ମାସରେ ସ୍ୱାଭାବିକଠାରୁ ୩୧.୫ ପ୍ରତିଶତ କମ ବର୍ଷା ହୋଇଛି। ରାଜ୍ୟରେ ଜୁନରେ ୨୧୬.୫ ମି.ମି. ବର୍ଷା ହେବା କଥା। କିନ୍ତୁ ହୋଇଛି ୧୪୮.୩ ମି.ମି.। କେବଳ ୪ଟି ଜିଲ୍ଲା ଯାଜପୁର, କୋରାପୁଟ, ଢେଙ୍କାନାଳ ଓ ନବରଙ୍ଗପୁରରେ ସ୍ୱାଭାବିକ ବର୍ଷା ହୋଇଛି। ୧୯ଟି ଜିଲ୍ଲାରେ କମ୍‌ ବର୍ଷା, ୫ଟି ଜିଲ୍ଲାରେ ବହୁତ କମ୍‌ ବର୍ଷା, ୨ ଜିଲ୍ଲାରେ ବର୍ଷା ପରିମାଣ ଅତ୍ୟଧିକ କମ ରହିଛି।

୧୯ଟି ଜିଲ୍ଲାରେ ୧୯ରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି। କଟକ, ପୁରୀ, ମାଲକାନଗିରି, ଭଦ୍ରକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର, ଗଞ୍ଜାମ, ଦେବଗଡ଼, ବରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବାଲେଶ୍ୱର ଓ ସମ୍ବଲପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ୫ଟି ଜିଲ୍ଲା ନୟାଗଡ଼, କେନ୍ଦୁଝର, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ଼ରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡିକରେ ନିଅଣ୍ଟିଆ ପରିମାଣ ୩୯ରୁ ୫୯ ପ୍ରତିଶତ ରହିଛି। ଦୁଇଟି ଜିଲ୍ଲା ରାୟଗଡ଼ା ଓ ଗଜପତି ବର୍ଷା ସ୍ୱାଭାବିକଠାରୁ ବହୁ କମ ପରିମାଣରେ ବର୍ଷା ହୋଇଛି। ରାୟଗଡ଼ା ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୨ ଓ ଗଜପତି ଜିଲ୍ଲାରେ ସ୍ୱାଭାବିକଠାରୁ ୭୦ ପ୍ରତିଶତ କମ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.