Below header

ନିଜ ପାର୍କିଙ୍ଗ୍‌ ସ୍ଥାନରେ ଆଉ କାହା ଗାଡି ଦେଖି କିଛି ଏମିତି କଲେ ବ୍ୟକ୍ତି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ଆଜିର ସମୟରେ କାର ଧରିବା ଏକ ଫ୍ୟାସନ ହୋଇଗଲାଣି। କାର ଧରିବା ସମସ୍ତଙ୍କୁ ପସନ୍ଦ, କାହିଁକିନା କାର ଆବଶ୍ୟକତାକୁ ପୂରା କରିଥାଏ। କିନ୍ତୁ ସମସ୍ୟା ସେତେବେବେଳ ଆସିଥାଏ ଯେତେବେଳେ କାର ପାର୍କିଙ୍ଗ୍‌ ପାଇଁ ଯାଗା ନଥାଏ। ଆଜ୍ଞା ହଁ ଆଜିକାଲି ଗାଡି କିଣିବା ସହଜ କଥା କିନ୍ତୁ ଗାଡି ପାଇଁ ପାର୍କିଙ୍ଗ ଖୋଜିବା ବହୁତ କଷ୍ଟକର। ତେବେ ଏହି ପାର୍କିଙ୍ଗକୁ ନେଇ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟକର ଘଟଣା ଜଣାଇବାକୁ ଯାଉଛୁ। ଘଟଣା ଘଟିଛି ବ୍ରିଟେନରେ। ଏଠାରେ ଜଣେ ପଡୋଶୀ ନିଜ ମନମୁତାବକ କାମ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯେତେବେଳେ ସହିବାର ସୀମା ପାର ହୋଇଗଲା ସେତେବେଳେ କିଛି ଏମିତି ଘଟିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ।

ଏହି ମାମଲା ବ୍ରିଟେନର କେଣ୍ଟର। ଏଠାରେ ରହୁଥିବା ଜଣେ ୪୯ ବର୍ଷିୟ ପଡୋଶୀ ନିଜ କାରରେ ନିଜ ଡ୍ରାଇଭ େଓ୍ଵକୁ ବ୍ଲକ କରିଦେଇଥିଲା। ଯେତେବେଳେ ଦେଖିବାକୁ ମିଳିଲା ଯେ ପଡୋଶୀ ତାଙ୍କ ଝିଅ ପାର୍କିଙ୍ଗ ସ୍ଥାନକୁ ହିଁ ବ୍ଲକ କରିଦେଇଥିବା ଦେଖି କ୍ରୋଧ ଆସିଗଲା। ଏହାପରେ ସେ କଳା ରଙ୍ଗର ଏକ ଟେପରେ ପୂରା କାରକୁ କଭର କରିବା ବିଷୟରେ ଭାବିଲେ ଆଉ କରିବି ଦେଲେ। ଏଥିପାଇଁ ସେ ୨୦ ପାଉଣ୍ଡ (ପ୍ରାୟ ୨ ହଜାର ଟଙ୍କା)ରେ ୬ଟି କଳା ପଟିର ରୋଲ କିଣି ତାଙ୍କ ପାର୍କିଙ୍ଗ ସ୍ଥାନରେ ଥିବା କାରରେ ସମ୍ପୂର୍ଣ୍ଣ ଭାବରେ ଲଗାଇଦେଲେ।

ତେବେ ଏହା କରିବା ପରେ ସେ କହିଛନ୍ତି ସପ୍ତାହରେ ଦୁଇ ତିନି ଥର କିଛି ଅସାମାଜିକ ଯୁବକ ତାଙ୍କ ଡ୍ରାଇଭ େଓ୍ଵକୁ ବ୍ଲକ କରିଦିଅନ୍ତି। ବ୍ୟକ୍ତିଙ୍କ ଏପରି କାର୍ଯ୍ୟ ପରେ ଏବେ ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଏହି ଉପାୟ କିଛି ସଫଳ ହେଲା। ଏହାପରେ ଯେତେବେଳେ ପାର୍କିଙ୍ଗ କରିଥିବା ବ୍ୟକ୍ତି ଆସି ଦେଖିଲେ ତ ତାଙ୍କ କାରଙ୍କୁ ଏମିତି ଟେପରେ ଗୋଡାଇ ହୋଇଛି ତ ସେ ବ୍ୟକ୍ତିଙ୍କୁ କ୍ଷମା ମାଗିଲେ। ଏମିତି ଆଉ କରିବେନି ବୋଲି ମଧ୍ୟ କହିଲେ। ତେଣୁ ଯଦି ଆପଣଙ୍କ ପାର୍କିଙ୍ଗ ସ୍ଥାନରେ ଅନ୍ୟ କିଏ ଗାଡି ରଖିଦେଉଛନ୍ତି ତାହେଲେ ଆପଣ ବି ଏହି ତରିକା ଆପଣେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.