ଆଜି ପୃଥିବୀର ନିକଟତର ହେବ ମଙ୍ଗଳ ଗ୍ରହ

ପୃଥିବୀର ନିକଟତର ହୋଇଛି ମଙ୍ଗଳ ଗ୍ରହ । ୧୫ ବର୍ଷ ଭିତରେ ସବୁଠୁ ଅଧିକ ନିକଟତର ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଜି ପୃଥିବୀ ଠାରୁ ଏହାର ଦୂରତା ରହିବ ୫୭.୬ ନିୟୁତ କିଲୋମିଟର । ୨୦୦୩ରେ ମଙ୍ଗଳ ଗ୍ରହ ପୃଥିବୀ ଠାରୁ ୫୫.୭ ନିୟତ କିଲୋମିଟର ଦୂରରେ ଥିଲା । ସୂର୍ୟ୍ୟାସ୍ତ ପରେ ଆକାଶରେ ଖାଲି ଆଖିରେ ଏହାକୁ ଦେଖି ହେବ । ଏହା ଆଗ ଅପେକ୍ଷା ଆହୁରି ଉଜ୍ଜ୍ୱଳ ଜଣାପଡ଼ିବ । ସୂର୍ୟ୍ୟଙ୍କ ଚାରି ପଟେ ଥରେ ଘୂରି ଆସିବା ପାଇଁ ପୃଥିବୀକୁ ୩୬୫ ଦିନ ଲାଗୁଥିବା ବେଳେ ମଙ୍ଗଳ ଗ୍ରହ ୬୮୭ ଦିନରେ ସୂର୍ୟ୍ୟ ପରିକ୍ରମା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.