Below header

ଲମ୍ବାନାକବାଲା ଏହି କୁକୁର ଯାହାକୁ ପବ୍ଲିକଙ୍କ ଠାରୁ ମିଳୁଛି ଏତେ ମାତ୍ରାରେ ଭଲପାଇବା

ଦେଖନ୍ତୁ ଏହି କୁକୁରକୁ ଯାହାର ନାମ ହେଉଛି Eris ଏବଂ ବୟସ ପାଖାପାଖି ଏକ ବର୍ଷ । ଏରିଶ ଏକ ଏପରି କୁକୁର ଯାହାର ନାକ ବାକି କୁକୁର ମାନଙ୍କଠାରୁ ବହୁତ ଲମ୍ବା । ଯଦି ଆପଣ ଏହି କୁକୁରକୁ ଦେଖି ଭାବୁଥାନ୍ତି ଯେ ଏହାର ନାକ କାଟିବାକୁ ପଡିବ ତାହେଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହି କୁକୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲୋକମାନଙ୍କୁ ଦିୱାନା କରି ରଖିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି କୁକୁର ଫଲୋଅର୍ସଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷରୁ ଅଧିକ ।

ଇନଷ୍ଟାଗ୍ରାମରେ ଲକ୍ଷେରୁ ଉର୍ଦ୍ଧ୍ୱ ଫଲୋଅର୍ସ

ଏହି କୁକୁରର ମାଲିକଙ୍କ ନାମ ହେଉଛି ଜୋୟେ କିଡ କାମ୍ବୋଉରିଆନ । ତାଙ୍କର କହିବା ଅନୁଯାୟୀ ୨୦୧୮ ମସିହାରେ ଏରିଶ ତାଙ୍କ ଜୀବନରେ ଆସିଥିଲା ଓ ଇନଷ୍ଟାଗ୍ରାମରେ ଲୋକମାନେ ଏରିଶକୁ ବହୁତ ପସନ୍ଦ କରନ୍ତି । ସେମାନେ ଏରିଶ ଫଟୋ ଦେଖି ବହୁତ ଖୁସି ହୁଅନ୍ତି।

ଦୂରରୁ ମଧ୍ୟ ଏରିଶକୁ ଦେଖିବା ପାଇଁ ଆସନ୍ତି ଲୋକେ

 

View this post on Instagram

 

One of the best things about such a big puppy is how little work it is to give her all the kisses. 🥰

A post shared by Eris The Borzoi (@eriszoi) on

ଏପରିକି ଏରିଶଙ୍କୁ ଦେଖିବା ପାଇଁ ଦୂର ଦୂରରୁ ଲୋକ ଆସିଥାନ୍ତି । ସେମାନେ ଏରିଶ ସହ ଖେଳନ୍ତି ଓ କିଛି ସମୟ ବିତାନ୍ତି ଆଉ ତାପରେ ଚାଲିଯାଆନ୍ତି ।

ଅନ୍ୟ କୁକୁର ମାନଙ୍କଠାରୁ ଭିନ୍ନ ଏରିଶ

ଏରିଶ ଅନ୍ୟ କୁକୁରମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ । ଏହାର ଶୁଙ୍ଘିବାର କ୍ଷମତା ମଧ୍ୟ ବାକି କୁକୁରମାନଙ୍କ ଠାରୁ ଭିନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.