ଫିଫା ୱାର୍ଲଡ କପ କ୍ୱାଲିଫାୟର ରାଉଣ୍ଡ: ଭାରତ ଓ ବାଂଲାଦେଶ ମ୍ୟାଚ ୧-୧ରେ ଡ୍ର

ଫିଫା ବିଶ୍ୱ କପର ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ ଡ୍ର ରହିଛି । ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି । ଭାରତୀୟ ଟିମ ଗ୍ରୁପ- ଇର ୨ୟ ପର୍ଯ୍ୟାୟର ଏହି ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ବାଂଲାଦେଶ ବିପକ୍ଷ ଏହି ମ୍ୟାଚ ଟିକୁ ଡ୍ର ରଖିଛି । ପ୍ରାୟ ୯ ବର୍ଷ ପରେ କୋଲକାତାର ‘ସଲଟ ଲେକ’ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ କୁ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ । ସୁନୀଲ ଛେତ୍ରୀଙ୍କ କ୍ୟାପଟେନସିପରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମ କିଛି ସମୟ ଭାରତ ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ଆଦିଲ ଖାନଙ୍କ ହେଡର ବଳରେ ଭାରତୀୟ ଦଳ ନିଜର ଗୋଟେ ଗୋଲ କରିବାରେ ସକ୍ଷମ ହୋଇପାରିଥିଲା । ମ୍ୟାଚର ୮୯ ତମ ମିନିଟରେ ହିଁ ଭାରତୀୟ ଦଳ ନିଜର ଏହି ଏକମାତ୍ର ଗୋଲ ସ୍କୋର କରିଥିଲା । ଏହା ପୂର୍ବରୁ ଭାରତ ସହ କାତାର ବିପକ୍ଷ ମ୍ୟାଚଟି ମଧ୍ୟ ଡ୍ର ସ୍ଥିତିରେ ରହିଥିଲା । ୨ଟି ମ୍ୟାଚ ଡ୍ର ରହିବା ପରେ ଭାରତୀୟ ଦଳ ନିଜର ୨ ଅଙ୍କ ସହିତ ଗ୍ରୁପର ୪ର୍ଥ ସ୍ଥାନରେ ରହିଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.