Below header

Google ଲଞ୍ଚ କଲା Wireless Pixel Buds, ମାତ୍ର କିଛି ମୂହୁର୍ତ୍ତରେ ଅନେକ ଭାଷାରେ କରିପାରିବ ଅନୁବାଦ

ଗୁଗଲ ପକ୍ଷରୁ ଗୁଗ୍‌ଲ ପିକ୍ସେଲ ୪ ଏବଂ ପିକ୍ସେଲ ୪ XL ଆରମ୍ଭ କରିଛି। ଏହି ଇଭେଣ୍ଟରେ ଗୁଗଲ ପିକ୍ସେଲ ବଡ୍‌ସ ମଧ୍ୟ ଲଞ୍ଚ କରିଛି। ଗୁଗ୍‌ଲର ଏହି ୱେୟାରଲେସ ବଡସର ସ୍ୱତନ୍ତ୍ରତା ଏହା ରହିଛି କି, ଏହା ରିଅଲ ଟାଇମରେ ଅନେକ ଭାଷାରେ ମଧ୍ୟ ଅନୁବାଦ କରିପାରିବ। କିନ୍ତୁ ଏହା ବଜାରକୁ ୨୦୨୦ରେ ଆସିବ। ଯାହାର ମୂଲ୍ୟ ୧୭୯ ଡଲାର ଅର୍ଥାତ୍‌ ୧୨,୭୫୦ ଟଙ୍କା ରହିଛି।

google

ଏହା ଦେଖିବାକୁ ସାମସଙ୍ଗ ଗାଲାକ୍ସି ବଡ୍‌ସ ଭଳି । ଏହାକୁ ଥରେ ଫୁଲ ଚାର୍ଜ କଲେ ୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍‌ ରଖିପାରେ ବୋଲି ଗୁଗ୍‌ଲ ଦାବି କରିଛି। ଏହାଛଡା ଚାର୍ଜିଂ କେସ୍‌ ସହିତ ୨୪ ଘଣ୍ଟାର ବ୍ୟାକ୍‌ଅପ୍‌ ମିଳିବ। ଗୁଗ୍‌ଲ ବଡ୍‌ସକୁ ମଧ୍ୟ ଗୁଗ୍‌ଲ ଆସିଷ୍ଟାଣ୍ଟର ବ୍ୟାକଅପ୍‌ ମଧ୍ୟ ମିଳିବ।

ଏହାର ଚାର୍ଜିଂ କେସ୍‌ ମ୍ୟାଗ୍ନେଟରେ ରହିଛି, ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି। ଗୁଗ୍‌ଲ ଏହି ବଡ୍‌ସର ଅଡିଓ କ୍ୱାଲିଟିର ପ୍ରଶଂସା କରିଥିବା ବେଳେ ଫ୍ରିକ୍ୱେନ୍ସୀ ରେଞ୍ଜର କୌଣସି ତଥ୍ୟ ପ୍ରଦାନ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.