Below header

ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ, ସକାଳେ ହୋଇଥିଲା ଜେରା

ନୂଆଦିଲ୍ଲୀ (କେନ୍ୟୁଜ୍) : ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ। ତିହାର ଜେଲରେ ଥିବା ଚିଦାମ୍ବରମଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତିନିଜଣିଆ ଟିମ ସକାଳେ ଜେରା କରିବା ପରେ ଗିରଫ କରିଛି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା। ବେଆଇନ ଅର୍ଥ ହେରଫେର ନେଇ ସେପ୍ଟେମ୍ବର ୫ ତାରିଖରୁ ସେ ନ୍ୟାୟିକ ହେପାଜତରେ ରଖାଯାଇଛି। ଚିଦମ୍ବରମଙ୍କୁ ଜେରା କରିବାକୁ ଏକ ସ୍ୱତନ୍ତ୍ର କୋର୍ଟ ଇଡିର ତିନିଜଣିଆ ଅଧିକାରୀଙ୍କୁ ଅନୁମତି ପ୍ରଦାନ କରିଥିଲା। ତେବେ ମର୍ଯ୍ୟାଦାକୁ ଧ୍ୟାନରେ ରଖି କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର କୋର୍ଟ ଇଡିକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.