Below header

କୋବି କିଣିବାକୁ ଦୋକାନ ଯାଇଥିଲେ ମହିଳା, ହଠାତ୍‌ ବନିଗଲେ କୋଟିପତି! ପଢ଼ନ୍ତୁ ଏହି କାହାଣୀ

ଆମେରିକାର ମେରିଲ୍ୟାଣ୍ଡ ସହରରେ ରହୁଥିବା ଜଣେ ମହିଳାଙ୍କ ସହ ଚକିତ କଲା ଭଳି ଏକ ଘଟଣା ଘଟିଛି। ମହିଳାଙ୍କ ଭାଗ୍ୟ ଏମିତି ଗୋଟି ଚଳାଇଛି, ଯେ କେହି ତାଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଘଟଣାଟି ପୂରାପୂରି ସତ।

ଓ୍ଵନିସା ନାମ୍ନୀ ମହିଳା କୋବି କିଣିବା ପାଇଁ ଫୁଡ୍‌ ଷ୍ଟୋର୍‌ ଯାଇଥିଲେ। ସେ ରାସ୍ତାରେ ଯିବା ବେଳେ ଲଟେରୀ ଦୋକାନରେ ଲୋକଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ପାଇଥିଲେ। ସେଠାରୁ ସେ ସିଧା ଦୋକାନ ଯାଇ ଲଟେରୀ ଟିକେଟ୍‌ କିଣିଥିଲେ। ଭିଡ଼ ଦେଖି ତାଙ୍କ ମନରେ ଲଟେରୀ ଟିକେଟ୍‌ କିଣିବାର ଇଚ୍ଛା ଜାଗ୍ରତ ହୋଇଥିଲା। ଫଳରେ ସେ ଧାଡ଼ିରେ ଛିଡ଼ାହୋଇ ଟିକେଟ୍‌ କିଣିଥିଲେ ଆଉ ଘରକୁ ପଳାଇ ଆସିଥିଲେ। ଯେତେବେଳେ ଘରେ ପହଞ୍ଚି ଓ୍ଵନିସା ଲଟେରୀ ଟିକେଟ୍‌ ସ୍କ୍ରାଚ୍‌ କରିଥିଲେ, ସେତେବେଳେ ତାଙ୍କୁ ଏହା ବିଶ୍ୱାସ ହୋଇ ନ ଥିଲା ଯେ ତାଙ୍କ ଟିକେଟ୍‌ ସବୁଠାରୁ ହାଇ ପ୍ରାଇଜ୍‌ ମନି ଜିତିଛି।

woman2

ଓ୍ଵନିସା ଲଟେରୀ ଟିକେଟ୍‌ରୁ ୨,୨୫୦୦୦ ଡଲାର୍‌ ଉପହାର ଜିତିଥିଲେ, ଯାହାକି ଭାରତୀୟ ମୁଦ୍ରାରେ ଦେଢ଼ କୋଟି ଟଙ୍କା। ଏହା ଦେଖି ମହିଳାଙ୍କ ଖୁସିର କୌଣସି ଠିକଣା ରହି ନ ଥିଲା। ତାଙ୍କ କହିବା ହେଲା, ସେ ଜିତିଥିବା ଧନରାଶିକୁ ରିଟାୟରମେଣ୍ଟ ପାଇଁ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି। ପିଲାବେଳୁ ତାଙ୍କର ଡିଜନୀ ଓ୍ଵାର୍ଲ୍ଡ ବୁଲିବାର ସ୍ୱପ୍ନ ଥିଲା। ଆଉ ଏବେ ସେ ପୂରା ଖୁସି ଅଛନ୍ତି। କାରଣ, ବର୍ତ୍ତମାନ ତାଙ୍କ ସ୍ୱପ୍ନକୁ ଓ୍ଵନିସା ପୂରଣ କରିପାରିବେ।

ଏହାସହ ପଢ଼ନ୍ତୁ: ବିଶ୍ୱର ଏହି ସ୍ଥାନରେ ପ୍ରତିବର୍ଷ ଜନ୍ମ ନିଅନ୍ତି ୩୦ ଲକ୍ଷ ବିଷଧର ସାପ!

କହି ରଖୁଛୁ କି, ଓ୍ଵନିସା କେବଳ ଜଣେ ହିଁ ମହିଳା ନୁହେଁ, ଯାହାଙ୍କ ଏତେ ବଡ଼ ଲଟେରୀ ଲାଗିଛି। ତାଙ୍କ ପୂର୍ବରୁ ମଧ୍ୟ ଚଳିତ ମାସରେ ନ୍ୟୁୟର୍କରେ ରହୁଥିବା ରୋବର୍ଟ ବ୍ୟାଲି ନାମକ ବ୍ୟକ୍ତିଙ୍କର ୩୪୪ ମିଲିୟନ୍‌ ଡଲାର ଜ୍ୟାକ୍‌ପଟ ଲଟେରୀ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.