ମଜା ଛାଡିଗଲା ! ବସ ଉପରେ ବସି ଯାତ୍ରା କରୁ କରୁ ଭୋଗିବାକୁ ପଡିଲା ସଜା

ଯଦି କେହି ଜଣେ ଯାତ୍ରା କରିବାକୁ ବାହାରନ୍ତି ତ ଆମେ ତାଙ୍କୁ “ହାପି ଏଣ୍ଡ ସେଫ ଜର୍ଣ୍ଣି” କରି ବିଦାୟ ଦେଇଥାଉ । ଯାତ୍ରା ସମୟରେ ଯେମିତି କୌଣସି ଅସୁବିଧା ନ ହୁଏ, କୌଣସି ବାଧାବିଘ୍ନ ନ ଉପୁଜେ ସେ ନେଇ ଏଇ ଶୁଭେଚ୍ଛା ଦିଆଯାଇଥାଏ । କିନ୍ତୁ ବୋଧ ହୁଏ କିଛି ଜଣ ଏହାର ପ୍ରକୃତ ଅର୍ଥ ବୁଝନ୍ତି ନାହିଁ । ଆଉ ଯାତ୍ରା ସମୟରେ ଓଲଟା ସିଧା ହରକତ କରିବସନ୍ତି । ଯାହା ପାଇଁ ଏକ ବଡ ଦଣ୍ଡ ଭୋଗିବାକୁ ପଡିଥାଏ । କିଛି ଏମିତି ଦୃଶ୍ୟ ନିକଟରେ ସେୟାର ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଆଉ ଟିକିଏ ଅସାବଧାନତା ଓ ବଦମାସୀ କାରଣରୁ ବସ ଉପରେ ବସିଥିବା କିଛି ଲୋକ ରାସ୍ତା ଉପରେ ଓଲଟି ପଡିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଆପଣ ଦେଖିପାରିବେ ବସରେ ସିଟ ସଂଖ୍ୟା କମ ପଡିବାରୁ କିଛି ଲୋକ ବସ ଉପରେ ହିଁ ବସି ଯାତ୍ରା କରୁଥିଲେ । ଖାଲି ସେତିକି ନୁହେଁ ବସର ଆଗ ପଟରେ ବି ୧୦ ରୁ ୧୫ ଜଣ ଲୋକ ଯାତ୍ରା କରୁଥିଲେ । ସେମାନଙ୍କ ଏମିତି ଯାତ୍ରା ଜୀବନ ଘାତକାରି ବି ହୋଇପାରେ ବୋଲି ଜାଣି ସୁଦ୍ଧା ଏମିତି ଦୁଃସାହସିକ ପଦକ୍ଷେପ ନେଇଥିଲେ । ଆଉ ଫଳ ସ୍ୱରୂପ ଗୋଟେ ସମୟରେ ଦଳେ ଲୋକ ଦୁଲଦାଲ କିନା ତଳେ ପଡିଯାଇଥିଲେ ।

ପ୍ରକୃତରେ ଘଟଣାଟି ଘଟିଥିଲା ଏମିତି | ବସର ସାମ୍ନା ପଟରେ ଜଣେ ଲୋକ ବାଇକ ଚାଳନା କରୁଥିଲେ । ଆଉ ବାରମ୍ବାର ପଛକୁ ଅନାଇ ଦେଖୁଥିଲେ । ଆଉ ଏହି ସମୟରେ ବାଇକ ଚାଳକଙ୍କ ବାଲାନ୍ସ ବିଗିଡି ଗଲା ଆଉ ସେ ବ୍ରେକ ମାରି ଦେଇଥିଲେ । ଆଉ ଏହି ସମୟରେ ବସ ଡ୍ରାଇଭର ଜଣଙ୍କ ବି ତୁରନ୍ତ ବ୍ରେକ ଦେଇ ଦେଇଥିଲେ । ଯାହା ଫଳରେ ବସ ଉପରେ ବସିଥିବା ଦଳେ ଲୋକ ଗୋଟେ ଝଟକାରେ ତଳେ ପଡିଯାଇଥିଲେ । ଭିଡିଓଟି ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଆଉ ସେୟାର ହେବାର ମାତ୍ର କିଛି ସମୟ ଭିତରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.