Below header

ହଜାର ବର୍ଷ ପୁରୁଣା ଗଛକୁ ଯିଏ ଦେଖୁଛି, ତା’ ଆଖି ନଷ୍ଟ ହେଉଛି! ହେଲେ ବିଜ୍ଞାନ କ’ଣ କହୁଛି ଜାଣନ୍ତୁ

ମେକ୍ସିକୋରେ ରହିଛି ଏକ ଗାଁ ତିଲ୍ ତେପେଟ। ଏହି ଗାଁ ଦୁନିଆର ସବୁଠୁ ବିଚିତ୍ର ଏବଂ ରହସ୍ୟମୟ ଗାଁ। ବିଚିତ୍ର ଏଥିପାଇଁ କାରଣ ଏଠି ରହୁଥିବା ସବୁ ଲୋକ ଅନ୍ଧ। ପିଲାଠୁ ବୁଢ଼ା କାହାକୁ ଦେଖା ଯାଏ ନାହିଁ। ଏଠି କେବଳ ମଣିଷ ନୁହଁନ୍ତି ଏଠାରେ ରହୁଥିବା ସବୁ ପଶୁ ଏବଂ ପକ୍ଷୀ ବି ଅନ୍ଧ । ଶୁଣିବାକୁ ବିସ୍ମୟ ଅଵିଶ୍ଵସନୀୟ ଲାଗିଲେ ବି ଏହା ସତ। ମାତ୍ର ୬୦୦ ଜନସଂଖ୍ୟା ଥିବା ଏହି ଗାଁରେ ଯୋକଟିକ ଜନଜାତି ରୁହନ୍ତି । ତେବେ ଜାଣିବାକୁ ଇଚ୍ଛା ହୁଏ କଣ ଏଠି ଅନ୍ଧ ପିଲା ଜନ୍ମ ହୁଏ। ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ, ଏଠି ଯେଉଁ ଶିଶୁ ଜନ୍ମ ନିଏ, ଜନ୍ମ ରୁ ତା ଆଖି ସାଧାରଣ ପିଲାଙ୍କ ଭଳି ଥାଏ। ଯେମିତି ଯେମିତି ତାର ବୟସ ବଢ଼େ ତାର ଆଖି କୁ ଆଉ ଦେଖା ଯାଏ ନାହିଁ। ଧୀରେ ଧୀରେ ଆଖି କୁ ଝାପସା ଦେଖା ଯାଇ, ପରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଏ। ଗାଁ ରେ ସବୁ ଲୋକଙ୍କ ଆଖି ଏମିତି ହେବା ର କାରଣ ଲୋକମାନେ ଗାଁରେ ଥିବା ଏକ ବିଶାଳ ପୁରୁଣା ଗଛକୁ ମାନନ୍ତି । ଲୋକଙ୍କ କହିବା ହେଲା ଏହି ଗଛ ଅଭିଶପ୍ତ। ଏହି ଗଛର ନାଁ ଜୁଏଲାନ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ହେଲା ଯିଏ ଏହି ଗଛକୁ ଦେଖୁଛି ତାର ଆଖି ଅନ୍ଧ ହୋଇ ଯାଉଛି।

ଏହି ଗାଁର କେବଳ ଏହି ବିଶ୍ୱାସକୁ ନେଇ ବୈଜ୍ଞାନିକମାନେ ତାର ସତ୍ୟତା ଜାଣିବା ପାଇଁ ପହଞ୍ଚି ଗଲେ। ପୁର୍ବରୁ ୧୦୦ ବର୍ଷ ଧରି ଏହି ଗାଁକୁ କୌଣସି ବୈଜ୍ଞାନିକ ଟିମ୍ କେବେ ଆସି ନ ଥିଲା। ଯେତେବେଳେ ବୈଜ୍ଞାନିକ ଏହି ଗାଁରେ ପହଞ୍ଚିଲେ ସେମାନେ ଜାଣିବାକୁ ପାଇଲେ ଯେ, ଯାହା ଲୋକମାନେ ବିଶ୍ୱାସ କରୁଛନ୍ତି ତାହା ପ୍ରକୃତରେ ଅନ୍ଧବିଶ୍ୱାସ। ପରୀକ୍ଷା କରିବାରୁ ଜଣା ପଡିଲା ଏଠାରେ ଲୋକଙ୍କ ଅନ୍ଧ ହେବାର କାରଣ ଅଭିଶପ୍ତ ଗଛ ନୁହେଁ ବରଂ ଗାଁରେ ଥିବା ବିଷାକ୍ତ ପ୍ରଜାତିର ମାଛି । ସେ ମାଛି ଏତେ ବିଷାକ୍ତ ଯେ, ସେ ଯାହାକୁ ନିଜ ଶୁଣ୍ଢ ମାରିଛି ସେ ଧୀରେ ଧୀରେ ଅନ୍ଧ ହୋଇ ଯାଇଛି। ଏହି ବିଷାକ୍ତ ମାଛି ଯେଉଁ ମଣିଷ କିମ୍ୱା ପଶୁ ପକ୍ଷୀଙ୍କୁ ଶୁଣ୍ଢ ମାରିଛି, ତାର ଆଖି ନଷ୍ଟ ହୋଇଯାଉଛି।

ସାଧାରଣତଃ ଆପଣଙ୍କୁ ସମଗ୍ର ଦୁନିଆ ସାଧାରଣ ଲାଗେ। କାରଣ ଆମେ କେବଳ ସାଧାରଣ ଜିନିଷ ହିଁ ଦେଖୁଛେ। ହେଲେ ରହସ୍ୟ ଭିତରେ ଆମ ପୃଥିବୀ ବୁଡ଼ି ରହିଛି। ଜୀବଜନ୍ତୁ, ନଦୀନାଳ ଏମିତି ଅନେକ ରହସ୍ୟ ଅଛି ଯାହାକୁ ଆଖିରେ ଦେଖି ବି ମନରେ ଵିଶ୍ଵାସ ଆସେନି। ତିଲ ତେପେଟ୍ ଏଭଳି ରହସ୍ୟ ତାହାକୁ ଦେଖି ଆପଣ ଵିଶ୍ଵାସ କରିବାକୁ ଚାହିଁବେ ନାହିଁ। ହେଲେ ସତ ହେଲା ଏହି ଗାଁରେ କାହାକୁ ବି ଦେଖା ଯାଉ ନାହିଁ। ଅନ୍ଧ ହେବା କାରଣରୁ ଏଠାରେ କୌଣସି ପକ୍ଷୀ ଉଡ଼ନ୍ତି ନାହିଁ । ଯେଉଁ ପକ୍ଷୀ ଚେଷ୍ଟା କରେ ଉଡ଼ିବା ପାଇଁ ଏଠି ସେଠି ବାଡ଼େଇ ହୋଇ ତଳେ ପଡ଼େ। ଜୋକ୍ ଟିକ୍ ଜନଜାତି କାହିଁକି ଏହି ଗାଁ ଛାଡ଼ି ଦେଉ ନାହାନ୍ତି ତାହା ବି ଜାଣିବା ପାଇଁ ଅନେକ ଥର ପ୍ରୟାସ କରା ଯାଇଛି। ହେଲେ ସେମାନେ ବିଜ୍ଞାନକୁ ନୁହେଁ ବରଂ ସେହି ଅଭିଶପ୍ତ ଗଛକୁ ବିଶ୍ୱାସ କରି ରହି ଯାଇଛନ୍ତି। ତାଙ୍କ ଅନୁଯାୟୀ, ସେ ଯଦି ଗାଁ ଛାଡ଼ିବେ ସେମାନଙ୍କ ମୃତ୍ୟୁ ହେବ। ହେଲେ ଏଭଳି ମାନସିକତାକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଛନ୍ତି ବୈଜ୍ଞାନିକ । ଗାଁରେ ଥିବା କଳା ରଙ୍ଗର ଏକ ସ୍ଵତନ୍ତ୍ର ପ୍ରଜାତିର ମାଛି ହିଁ ଏଥିପାଇଁ ଦାୟୀ ବୋଲି ସେମାନେ ଦାବି କରିଛନ୍ତି।

ଏହି ମାଛି କାମୁଡ଼ିଲେ ତା ଭିତରୁ କିଛି ବିଷ ଶରୀରରେ ଖେଳେଇ ଯାଏ, ଯାହାର ପ୍ରଭାବ ଆଗ ଆଖି ଉପରେ ପଡ଼େ। ଆଖି ର ରଙ୍ଗ ଧଳା ହେବା ସହ ମଣିଷ ହୁଅନ୍ତୁ କି ପଶୁ ସେମାନେ ଅନ୍ଧ ହୋଇଯାଆନ୍ତି। ଏହି ଗାଁ ରେ ଆଉ ଏକ ଆଶ୍ୱର୍ଯ୍ୟ କଥା ଜାଣିଛନ୍ତି ଏଠି କାହା ଘରେ କବାଟ ଝରକା ନାହିଁ। କି ବିଜୁଳି ନାହିଁ। ଏହି ଗାଁରେ ୪୦୦ ଝୁମ୍ପୁଡ଼ି ରେ ପାଖାପାଖି ୬୦୦ ଲୋକ ବସବାସ କରୁଛନ୍ତି। ତେବେ କବାଟ ଝରକା ନ ରଖୁଥିବାର କାରଣ ଏମାନେ ସମସ୍ତେ ଦୃଷ୍ଟିହୀନ। ଦିନ ହେଉ କି ରାତି ଏମାନଙ୍କ ପାଇଁ ସବୁ ସମାନ। କେବଳ ସୂର୍ଯ୍ୟକିରଣ ପଡିଲେ ତାର ଉଷ୍ମତା ପାଇଁ ଜାଣି ପାରନ୍ତି ଦିନ ହୋଇଛି। ମେକ୍ସିକୋ ସରକାର୍ ଏହି ଗାଁ ରୁ ୩୦୦ ଲୋକଙ୍କୁ ବୁଝାଇ ସୁଝାଇ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିବା ବେଳେ ବାକି ୩୦୦ ଜନଜାତି ନିଜ ଭିଟାମାଟି ଛାଡିବାକୁ ଚାହୁଁ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.