କେଉଁ ସମସ୍ୟାର ସାମ୍ନା କରି ଦୁନିଆର ପ୍ରଥମ ଟ୍ରେନ୍ ତିଆରି ହେଲା, ଜାଣନ୍ତୁ କିଛି ବିଶେଷ କଥା

ଆପଣଙ୍କ ଭିତରୁ ଅନେକ ଲୋକ ଶଗଡ ଗାଡ଼ିରେ ବସିଥିବେ। ଆମେ ମଧ୍ୟ ବସିଛୁ, ତାର ମଜା ସତରେ ନିଆରା। ପ୍ରାୟ ୨୮୦ ବର୍ଷ ପୂର୍ବେ ଶଗଡ ଗାଡ଼ି ତିଆରି ହୋଇଥିଲା। ତା ପୂର୍ବରୁ ଲୋକେ ନିଜେ ଟାଣୁଥିଲେ ଟଣା ଗାଡ଼ି । ତା ପରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ପଶୁଙ୍କୁ ସେହି କାମରେ ଲଗାଇଲେ । ହେଲେ ଟଣାଗାଡ଼ି ପୁର୍ବରୁ କେବଳ ପଶୁ ଙ୍କ ଉପରେ ଜିନିଷ ଲଦି ଲୋକେ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଯାଉଥିଲେ।

ହେଲେ ପଶୁଙ୍କ ପିଠିରୁ ଟଣା ଗାଡ଼ି ହେଉ କି ଶଗଡ ଏ ସବୁ ୟୁରୋପର ଇଞ୍ଜିନିୟର ଚିନ୍ତା କରି ନିର୍ମାଣ କରିଥିଲେ। ଏଥିରେ ୧୭୬୯ରେ ନିକୋଲୋସ ନାମକ ଇଞ୍ଜିନିୟର ବାଷ୍ପ ଚଳିତ ଏକ ଗାଡ଼ି ନିର୍ମାଣ କଲେ। ଏହା ଯୁଦ୍ଧ ରେ ବ୍ୟବହାର କରାଯିବା ପାଇଁ ନିର୍ମାଣ କରାଯାଉଥିଲା। ଗୋଳା ବାରୁଦ ବୋହିବା ପାଇଁ ଏଭଳି ଗାଡ଼ି ତିଆରି ହୋଇଥିଲା। ହେଲେ ଏହା ବହୁତ୍ ଶବ୍ଦ କରୁଥିଲା । ତା ସହ ଏହି ଗାଡ଼ି ଚାଲିବା ସମୟରେ ଏଥିରୁ ନିଆଁ ବାହାରୁଥିଲା। ତା ସହ ବହୁତ୍ ଖର୍ଚ୍ଚ ବି ହେଉଥିଲା। କିଛି ବାଟ ଗଡ଼ିବା ପରେ ଗାଡ଼ିର ଗୋଟିଏ ଚକ ଭାଙ୍ଗି ଗଲା। । ତା ପରେ ଏଭଳି ଗାଡ଼ି ତିଆରି ପାଇଁ ଲୋକେ ଚିନ୍ତା କଲେ।

ମେସିନରେ ଗାଡ଼ି ଚାଲିପାରିବ ସେ ଚିନ୍ତା ମଣିଷ କରି ସାରିଥିଲା । ହେଲେ କେମିତି ତାହା ଚିନ୍ତା କରୁଥିଲା। ୧୮୦୧ରେ ରିଚାର୍ଡ ଟ୍ରେଭିଥିକ ନାମକ ଇଞ୍ଜିନିୟର ରେଳର ଏକ ବଡ ଇଞ୍ଜିନ ତିଆରି କରିବାରେ ସଫଳ ହେଲେ। ଏହି ଇଞ୍ଜିନ ଗାଡ଼ିରେ ଏକ ଚିମିନି ଥିଲା ଗାଡ଼ିରେ କିଛି ଲୋକ ବସିବା ପାଇଁ ଜାଗା ବି ବାହାରିଲା। ରିଚାର୍ଡ ଏହି ଗାଡିକୁ ରାସ୍ତାରେ ଚଳାଇବା ସହ ଟ୍ରେନ ଲାଇନରେ ବି ଚଳାଇଲେ। ହେଲେ ତାଙ୍କ ଗାଡ଼ିରେ ନିଆଁ ଲାଗିଗଲା।

ବୈଜ୍ଞାନିକ ଏହି ଗାଡ଼ିକୁ ଆହୁରି ଡେଭେଲପ୍‌ କରିବାକୁ ଲାଗିଲେ। ଖୁବ୍ ଜୋର୍ ଶବ୍ଦ କରୁଥିବାରୁ ତାର ନାଁ ରଖାଗଲା ପଫିନ ଡେଭିଲ୍ ତାର ଅର୍ଥ ଛୁକ ଛିକ୍ କରୁଥିବା ସୈତାନ୍। ସେତେବେଳକୁ ଲୋକେ ଘୋଡ଼ା ଗାଡ଼ି ବଳଦ ଗାଡିରେ ଯିବା ଆସିବା କରୁଥିଲେ।

୧୮୦୩ରେ ଆଉ ଏକ ଇଞ୍ଜିନ ଗାଡ଼ି ତିଆରି କଲେ ହେଲେ ସଡକରେ ଏହି ଗାଡ଼ି ଖୁବ୍ ଶବ୍ଦ କରିବାରୁ ଏହାକୁ ଲୁହା ର ଧାରଣାରେ ଚଳାଇଲେ। ଏହା ଶବ୍ଦ କମ୍ କରିବା ସହ ସହଜରେ ଗଡ଼ିଲା ମଧ୍ୟ। ସେହି ସମୟରେ ଇଞ୍ଜିନିୟର ରିଚାର୍ଡ, କର୍ଣ୍ଣ ୱାଲ୍ ରୁ ନେଇ ଲଣ୍ଡନ ଯାଏ ୨୧ ଫେବୃୟାରୀ ୧୮୦୪ ରେ ଏହି ଗାଡ଼ି ଚଳାଇବା ପାଇଁ ଅନୁମତି ନେଲେ। ୪ ଘଣ୍ଟା ୫ ମିନିଟ୍ ଯାଏ ରେଳ ଗାଡ଼ି କୁ ନିଜେ ରିଚାର୍ଡ ଚଳାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଲୁହାରେ ତିଆରି ଗାଡ଼ି, ଲୁହା ଧାରଣାରେ ଛୁକ୍ ଛୁକ୍‌ ହୋଇ ୨୫ ଲୋକଙ୍କୁ ନେଇ ଗଡିଥିଲା । ଏହା ଦୁନିଆରେ ଟ୍ରେନର ପ୍ରଥମ ଆବିଷ୍କାର ଥିଲା।

ଏକା ରିଚାର୍ଡ ଏଭଳି ଗାଡ଼ି ଆବିଷ୍କାର ତ କରିଦେଲେ ହେଲେ ଟ୍ରେନ ଲାଇନ୍ ବିଛାଇବା ତା ସହ ସବୁଦିନ ଏଭଳି ଗାଡ଼ି ଚଳାଇବା ସମ୍ଭବ ନ ଥିଲା । ଖର୍ଚ୍ଚ ବି ବହୁତ୍ ହେଉଥିଲା। ତେଣୁ ରିଚାର୍ଡ ତାଙ୍କ ଆବିଷ୍କାରକୁ ସେତିକିରେ ପୂର୍ଣ୍ଣଚ୍ଛେଦ ଲଗାଇଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.