ବଲିଉଡ଼ରେ ତିଆରି ହେବାକୁ ଯାଉଛି ସୁଶାନ୍ତ ପଣ୍ଡାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଉଲଝନପୁର କା ହରଦଙ୍ଗ’

ବଲିଉଡରେ ନିଜର ନୂଆ ୱେବ୍ ସିରିଜ୍ ତିଆରି କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ ସୁଶାନ୍ତ ପଣ୍ଡା। ଅନେକ ଓଡ଼ିଆ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଅନେକ ଫିଲ୍ମ କରୁଛନ୍ତି। ଯାହାକୁ ନେଇ ଓଡ଼ିଶା ଗର୍ବିତ। ତେବେ ଓଡ଼ିଆ ପୁଅ ସୁଶାନ୍ତ ପଣ୍ଡା ମଧ୍ୟ ଅନେକ ଓଡ଼ିଆ ଓ ହିନ୍ଦୀ ପ୍ରୋଜେକ୍ଟ କରି ସାରିଛନ୍ତି।

web series
web series

ଆଗକୁ ତାଙ୍କ ଦ୍ୱାରା ନିର୍ଦ୍ଦେଶନା ଦେବାକୁ ଥିବା ଅନ୍ୟ ଏକ ୱେବ୍ ସିରିଜ୍ ‘ଉଲଝନପୁର କା ହରଦଙ୍ଗ’ ମଧ୍ୟ OTT ପ୍ଲାଟଫର୍ମରେ ଆସୁଛି। ତେବେ ଏହି ୱେବ୍ ସିରିଜରେ ଅନେକ ବଡ଼ ବଡ଼ ବଲିଉଡ଼ କଳାକାର କାଷ୍ଟ ହୋଇଛନ୍ତି ବୋଲି ସେ କହିଛନ୍ତି। ୧୬ ଅକ୍ଟୋବରରେ ମିଡ୍ ଡେ ଗ୍ଲିଜ୍ ଏବଂ ଗ୍ଲାମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅନେକ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ।

ମିଡ୍ ଡେ ଗ୍ଲିଜ୍ ଏବଂ ଗ୍ଲାମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ୱାନଖ୍ଡେ ବ୍ରଦର୍ସ ଏବଂ ପିଏନ୍ଆର୍ ସାମ୍ରାଜ୍ୟ ମିଳିତ ଭାବରେ OTT ପାଇଁ ସେମାନଙ୍କର ଆଗାମୀ ୱେବ୍ ସିରିଜ୍ ଘୋଷଣା କରିଥିଲେ ଯାହା ସୁଶାନ୍ତ ପଣ୍ଡାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.