Below header

ଧୁମ୍ ଧାମ୍ ରେ ଚାଲିଥିଲା ବାହାଘର ହଠାତ୍ ଲାଗିଗଲା ନିଆଁ, ନିମିଷକ ଭିତରେ ସବୁ କିଛି ହୋଇଗଲା ଧ୍ୱଂସ

ବେଶ୍ ଖୁସିର ମାହୋଲ ଥିଲା । ଧୁମ୍ ଧାମ୍ ରେ ବାହାଘରର ଆୟୋଜନ ଚାଲିଥିଲା । ନୂଆ ବୋହୂକୁ ଆଣିବାକୁ ବରଯାତ୍ରୀଙ୍କ ସହ ବର ବି ବାହାରି ସାରିଥିଲା । ଏତିକିବେଳେ ଘଟିଲା ଅଘଟଣ । ନିମିଷକ ଭିତରେ ସବୁ ଖୁସି ଭାଙ୍ଗିରୁଜି ଚୁରମାର୍ ହୋଇଗଲା ।

ପଟ୍ଟାମୁଣ୍ଡାଇ(କେନ୍ୟୁଜ): ବେଶ୍ ଖୁସିର ମାହୋଲ ଥିଲା । ଧୁମ୍ ଧାମ୍ ରେ ବାହାଘରର ଆୟୋଜନ ଚାଲିଥିଲା । ନୂଆ ବୋହୂକୁ ଆଣିବାକୁ ବରଯାତ୍ରୀଙ୍କ ସହ ବର ବି ବାହାରି ସାରିଥିଲା । ଏତିକିବେଳେ ଘଟିଲା ଅଘଟଣ । ନିମିଷକ ଭିତରେ ସବୁ ଖୁସି ଭାଙ୍ଗିରୁଜି ଚୁରମାର୍ ହୋଇଗଲା ।ଘର ଭିତରେ ହୁତୁ ହୁତୁ ହୋଇ ଜଳିଲା ନିଆଁ । ନିଆଁକୁ ଆୟତ କରିବାକୁ ଲାଗିପଡିଲେ କିଛି ଲୋକେ । ହୋ ହଲ୍ଲାରେ ଫାଟିପଡୁଥିଲା ଘଟଣାସ୍ଥଳ । ଆଉ ତାପରର ପରିସ୍ଥିତି କଣ ହେଲା ଆପଣ କଳ୍ପନାରେ ସୁଦ୍ଧା ଭାବିନଥିବେ । ହଁ ଆଜ୍ଞା ସେହି ନିଆଁରେ ଜଳିଗଲା କଅଁଳ ଜୀବନ ।

ପେଟ୍ରୋଲ ନିଆଁରେ ଜଳିଗଲା ୬ ବର୍ଷର ଶିଶୁ । ଭାବିଲାବେଳକୁ ବି ଲୋମ ଟାଙ୍କୁରୀ ଉଠୁଛି । ବର ସହିତ ଯିବାପାଇଁ ବରଯାତ୍ରୀମାନଙ୍କୁ ପେଟ୍ରୋଲ ବଣ୍ଟା ଚାଲିଥିବା ବେଳେ ଘରେ ଲାଗିଯାଇଥିଲା ନିଆଁ । ତାପରେ ଘଟିଗଲା ଏଭଳି ଦୁର୍ଘଟଣା । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ମିହାନ୍ତି ସାହିରେ ଘଟିଛି ଏହି ଅଘଟଣ ।

ମିଳିଥିବା ସୂଚନା ମୁତାବକ, ବଡପଡା ଗାଁର ରତ୍ନାକର ମଳିକଙ୍କ ପୁଅ ଯାକେଶ୍ୱର ମଳିକଙ୍କର ଗତକାଲି ବାହାଘର ଥିଲା । ବରଯାତ୍ରୀରେ ଯିବା ପାଇଁ ଲୋକଙ୍କୁ ପେଟ୍ରୋଲ ବାଣ୍ଟା ଚାଲିଥିଲା । ଏତିକିବେଳେ ହଠାତ୍ ପେଟ୍ରୋଲରେ ଲାଗିଯାଇଥିଲା ନିଆଁ । ଏଥିରେ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ନିଆଁରେ ପୋଡ଼ି ହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି ।କେବଳ ସେତିକି ନୁହେଁ, ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି । ତେବେ ସର୍ଟସର୍କିଟ କାରଣରୁ ଏଭଳି ନିଆଁ ଲାଗିଥାଇପାରେ ବୋଲି କୁହାଯାଉଛି । ତେବେ ଏନେଇ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦୁଃଖ ଦେଇଗଲା ସର୍ବଗିଳା ନିଆଁ । କେତେ ଖୁସିରେ ବାହାଘରର ମାହୋଲ ଭିତରେ ଘଟିଗଲା ଏମିତି ଅଘଟଣ ଯାହାକୁ ସାରା ଜୀବନ ପାଇଁ ଭୁଲିପାରିବେନି ଏହି ପରିବାର ଲୋକେ । ଏହି ଅଭାବନୀୟ ଘଟଣା ପରେ ସମଗ୍ର ବନପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.