ଶୋକାକୂଳ ପରିବେଶରେ ଶେଷ ହେଲା ଶିକ୍ଷକଙ୍କ ବିଦାୟ ସମାରୋହ , କାନ୍ଦି କାନ୍ଦି ବେହୋସ ହେଲେ ୧୩ ଛାତ୍ରୀ

ଏଭଳି ଏକ ଦୁଃଖଦ ଘଟଣା ବିହାରରେ ଦେଖିବାକୁ ମିଳିଛି । ଏଠାରେ BPSCରୁ ନିଯୁକ୍ତ ହୋଇଥିବା ଜଣେ ଶିକ୍ଷକଙ୍କୁ ଟ୍ରାନ୍ସଫର କରାଯାଇଥିଲା । କିନ୍ତୁ ଯେତେବେଳେ ତାଙ୍କୁ ବିଦାୟ ଦିଆଗଲା ସେତେବେଳ ଛାତ୍ରୀମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

ଦେଶରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥାଏ । କଥାରେ ଅଛି ଗୁରୁ ହିଁ ସାକ୍ଷାତ ପରବ୍ରହ୍ମ । ଗୁରୁଙ୍କୁ ଯେମିତି ସମ୍ମାନ ଦିଆଯାଏ ସେମିତି ଭକ୍ତି ମଧ୍ୟ କରାଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଏକ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି । ଏହି ସ୍କୁଲର ଜଣେ ଶିକ୍ଷକଙ୍କ ବିଦାୟ ସମାରୋହରେ ଶିକ୍ଷକ ଓ ଛାତ୍ରୀମାନଙ୍କର ଗୁୁରୁ ଭକ୍ତିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସ୍କୁଲ ଶିକ୍ଷକଙ୍କ ବିଦାୟ ସମାରୋହରେ ୧୩ ଜଣ ଛାତ୍ରୀ କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିବା ମଧ୍ୟ ଜଣା ପଡ଼ିଛି ।

ଏଭଳି ଏକ ଦୁଃଖଦ ଘଟଣା ବିହାରରେ ଦେଖିବାକୁ ମିଳିଛି । ଏଠାରେ BPSCରୁ ନିଯୁକ୍ତ ହୋଇଥିବା ଜଣେ ଶିକ୍ଷକଙ୍କୁ ଟ୍ରାନ୍ସଫର କରାଯାଇଥିଲା । କିନ୍ତୁ ଯେତେବେଳେ ତାଙ୍କୁ ବିଦାୟ ଦିଆଗଲା ସେତେବେଳ ଛାତ୍ରୀମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏଭଳି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ଆଖି ମଧ୍ୟ ଲୁହରେ ଭରି ଯାଇଥିଲା । ଶୋକାକୂଳ ପରିବେଶ ଭିତରେ ଶିକ୍ଷକଙ୍କ ବିଦାୟ ସମସ୍ତଙ୍କୁ କଷ୍ଟ ଦେଉଥିଲା । ଶିକ୍ଷକ ସ୍କୁଲ ଛାଡ଼ି ଯାଆନ୍ତୁ ଏହା କେହି ବି ଚାହୁଁନଥିଲେ । ଛାତିର କୋହକୁ ସମ୍ଭାଳି ପାରିଲେନି କିଛି ଛାତ୍ରୀ । ଆଉ କାନ୍ଦି କାନ୍ଦି କିଛି ଛାତ୍ରୀ ବେହୋସ ହେବାକୁ ଲାଗିଲେ । ଚେତା ହରାଇଥିବା ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଡକାଇ ନିକଟସ୍ଥ ହସ୍ପିଟାଲକୁ ପଠା ଯାଇଥିଲା । ତେବେ ଏଭଳି ଦୃଶ୍ୟ ବିହାରର ଗୋପାଳଗଞ୍ଜର ଫୁଲୱରିଆ ବ୍ଲକରେ ଅବସ୍ଥିତ ସେଲାର କାଲା ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ବୁଧବାର ଦିନ ରାବଡ଼ି ଦେବୀ ବାଳିକା ଯୁକ୍ତ ଦୁଇ ସ୍କୁଲର ଇନ୍-ଚାର୍ଜ ପ୍ରଧାନଶିକ୍ଷକ ଧନଞ୍ଜୟ କୁମାର ମଧୁପଙ୍କ ବିଦାୟ ସମାରୋହ ହୋଇଥିଲା । ଯେତେବେଳେ ପ୍ରଧାନଶିକ୍ଷକଙ୍କର ଅନ୍ୟ ଏକ ବିଦ୍ୟାଳୟରେ ନିଯୁକ୍ତି ହେଲା, ସେତେବେଳେ ଗାଁର ଲୋକମାନେ ଶିକ୍ଷକଙ୍କୁ ଏକ ନିଆରା ଢଙ୍ଗରେ ବିଦାୟ ଦେଇଥିଲେ । ଅନ୍ୟପଟେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକଙ୍କ ବିଦାୟ ସମାରୋହରେ ଅଧର୍ଯ୍ୟ ହୋଇ କାନ୍ଦିବାକୁ ଲାଗିଥିଲେ ଏବଂ ଶିକ୍ଷକଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିଲେ । ବିଦ୍ୟାଳୟର ପୁରା ପରିବେଶ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଏଠାରେ ପଢୁଥିବା ପ୍ରାୟ ୩୦୦ ଛାତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥଲେ । ଧନଞ୍ଜୟ କୁମାର ମଧୁପ ସ୍କୁଲ ଛାଡ଼ିବା ଦେଖି ୧୩ ଜଣ ଛାତ୍ରୀ ଏତେ ଅଧିକ କାନ୍ଦିଥିଲେ ଯେ ସେମାନେ ବେହୋସ ହୋଇ ଯାଇଥିଲେ । ଶିକ୍ଷକଙ୍କ ଅନ୍ୟତ୍ର ସ୍କୁଲକୁ ଯିବା ଛାତ୍ରୀମାନେ ସହି ପାରି ନଥିଲେ ।

ଧନଞ୍ଜୟ କୁମାର ମଧୁପ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ସହ ଗଣିତର ଶିକ୍ଷକ ଥିଲେ। ବିପିଏସସିର ଶିକ୍ଷକ ହେବା ପରେ ତାଙ୍କୁ ଥାଭେ ଅଞ୍ଚଳର ମୁଖୀରାମ ଯୁକ୍ତ ଦୁଇ ସ୍କୁଲରେ ନିଯୁକ୍ତି ମିଳିବା ପରେ ତାଙ୍କର ବିଦାୟ ସମାରୋହ ହୋଇଥିଲା । ତେବେ ତାଙ୍କ ବିଦାୟକୁ ସହଜରେ ଗ୍ରହଣ କରି ପାରି ନଥିଲେ ଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.