Below header

ଗୁଡ଼ି ଉଡ଼ାଉଥିଲା ପୁଅ ମାଡ଼ି ଆସିଲା ଲୌହ ଦାନବ, ଦୃଶ୍ୟ ଦେଖି ହତ୍‌ବାକ୍‌ ବାପା

ଟ୍ରେନ୍‌ ଲାଇନ୍‌ କଡ଼ରେ ଗୁଡି ଉଡାଉଥିଲେ । ସୂତା କଟିଯିବାରୁ ଟ୍ରେନ୍‌ ଲାଇନ୍‌ ଅପର ପାର୍ଶ୍ୱକୁ ଗୁଡ଼ି ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ସୂର୍ଯ୍ୟଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ କଟିଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ୱର: ସ୍କୁଲ୍‌ ଯାଇନଥିଲା । କେଡ଼େ ଖୁସିରେ ସାଙ୍ଗ ମାନଙ୍କ ସହ ବାହାରି ଯାଇଥିଲା ଗୁଡ଼ି ଉଡ଼ାଇବାକୁ। ହେଲେ ସେ କଣ ଜାଣିଥିଲା କାଳ ତାକୁ ହାତ ଠାରି ଡାକୁଛି ବୋଲିି । ସେ ଭାବିଥିଲା ଗୁଡ଼ି ଉଡ଼ାଇ ସନ୍ଧ୍ୟା ପୂର୍ବରୁ ଘରକୁ ପଳାଇ ଆସିବ । ମନରେ କେବଳ ଗୋଟିଏ କଥା ଚାଲୁଥିଲା ଗୁଡ଼ିଟା କେମିତି ଖୋଲା ଆକାଶରେ ଫର୍‌ ଫର୍‌ ହୋଇ ଉଡ଼ିିବ। ସେଥିପାଇଁ ପିଲାଟି ତାର ସବୁ ଧ୍ୟାନକୁ ଗୁଡ଼ି ଉପରେ ହିଁ ରଖିଥିଲା । କିନ୍ତୁ ସେ ଜାଣିନଥିଲା ପଛପଟୁ କାଳ ରୂପରେ ମାଡ଼ିଆସୁଥିଲା ଲୌହ ଦାନବ । କିଛି କ୍ଷଣ ମଧ୍ୟରେ ଏତେ ସବୁ ଘଟିଯାଇଥିଲା ଯେ ଯାହା ସେ ସ୍ୱପ୍ନରେ ଭାବିନଥିଲା। ଗୁଡ଼ିଟି ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ଗୁଡ଼ିିର ସୂତା ଛିଡ଼ିଯାଇ ଟ୍ରେନ୍‌ଲାଇନ୍‌ର ଅପର ପାର୍ଶ୍ୱରେ ପଡ଼ିଥିଲା । ଏତିକି ବେଳେ ପିଲାଟି ତାର ବୁଦ୍ଧି ଖଟାଇ ପାରିନଥିଲା ସେ ଦୌଡ଼ିଯାଇ ଗୁଡ଼ିର ସୂତାକୁ ଧରିବାକୁ ଚେଷ୍ଟା କରିଥିଲା ଆଉ ସେତିକି ବେଳେ ଘଟିଗଲା ଏତେ ବଡ଼ ଅଘଟଣ । ସେହି ଦୃଶ୍ୟ ବିଷୟରେ ଭାବିଲାରୁ ଆମ ଦେହ ମଧ୍ୟ ଶୀତେଇ ଉଠୁଛି । କେଡ଼େ ନୀରିହ ପିଲାଟି ଦୁନିଆ କଣ ଜାଣିନଥିଲା ହେଲେ ଦୁନିଆ କଣ ଜାଣିବା ଆଉ ବୁଝିବା ପୂର୍ବରୁ ଏ ଦୁନିଆ ଛାଡ଼ି ଚାଲିଗଲା ।

ହଁ ଆଜ୍ଞା, ଗୁଡି ଉଡାଇବା ହେଲା କାଳ। ଟ୍ରେନ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ। ମୃତକ ଜଣଙ୍କ ହେଉଛନ୍ତି ସୂର୍ଯ୍ୟକାନ୍ତ ପାତ୍ର । ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ପୁଅ । ସୂର୍ଯ୍ୟକାନ୍ତଙ୍କ ବୟସ ୧୪ ବର୍ଷ ହେବ । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଏ ବାଳୁତ ବୟସରେ ତାଙ୍କ ସହ ଘଟିଗଲା ଏତେ ବଡ଼ ଅଘଟଣ । ଦୁନିଆକୁ ଠିକ୍‌ ଭାବେ ବୁଝି ନଥିବା ବେଳେ ଯେଉଁ ବୟସରେ ସବୁକିଛି ଜାଣିବାକୁ ଚେଷ୍ଟା କରୁଥିଲେ ଦୁନିଆ କଣ ବୁଝିବା ଆରମ୍ଭ କରୁଥିଲେ । ତା ପୂର୍ବରୁ ଜୁଇର ନିଆଁରେ ଜଳିଗଲେ । ପୁଅର ଏମିତି ମୃତ୍ୟୁକୁ ନେଇ ଧୈର୍ଯ୍ୟ ଧରି ପାରୁନାହାଁନ୍ତି ସୂର୍ଯ୍ୟଙ୍କ ବାପା।

ଖବର ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ଟ୍ରେନ୍‌ ଲାଇନ୍‌ କଡ଼ରେ ଗୁଡି ଉଡାଉଥିଲେ । ସୂତା କଟିଯିବାରୁ ଟ୍ରେନ୍‌ ଲାଇନ୍‌ ଅପର ପାର୍ଶ୍ୱକୁ ଗୁଡ଼ି ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ସୂର୍ଯ୍ୟଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ କଟିଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

ତେବେ ଟ୍ରେନ୍‌ ଆସିବା ସମୟରେ ସବୁବେଳେ ଆମକୁ ଧ୍ୟାନ ରଖିବା ଉଚିତ୍‌ । ସୂର୍ଯ୍ୟ ଯଦି ଖେଳିବା ସମୟରେ ଗୁଡ଼ି ଅପେକ୍ଷା ଟ୍ରେନ୍‌ ଉପରେ ଧ୍ୟାନ ରଖିଥାଆନ୍ତେ ସାବଧାନତାର ସହ ଖେଳିଥାଆନ୍ତେ ଆଜି ସେ ଆମ ଗହଣରେ ଥାଆନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.