ଛତିଶଗଡ଼ର ୨ ନୂଆ ଉପ ମୁଖ୍ୟମନ୍ତ୍ରୀ ହେବେ ଅରୁଣ ସାଓ ଓ ବିଜୟ ଶର୍ମା

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସହିତ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ଦୁଇଜଣ ଡେପୁଟି ସିଏମ୍ ରହିବେ। ବିଜେପି ରାଜ୍ୟ ଅଧ୍ୟକ୍ଷ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଡେପୁଟି ସିଏମ୍‌ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବିଧାନସଭା ବାଚସ୍ପତି କରାଯିବ।

ଅରୁଣ ସାଓ ମୁଙ୍ଗେଲି ଜିଲ୍ଲାର ଲୋରମି ଆସନରୁ କଂଗ୍ରେସ ପ୍ରାର୍ଥୀ ଥାନେଶ୍ୱର ସାହୁଙ୍କୁ ୪୫୮୯୧ ଭୋଟରେ ପରାସ୍ତ କରିଛନ୍ତି। ସେ ବର୍ତ୍ତମାନ ବିଜେପିର ରାଜ୍ୟ ଅଧ୍ୟକ୍ଷ ଅଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କୁ ବିଷ୍ଣୁଦେଓ ସାଇଙ୍କ ଜାଗାରେ ରାଜ୍ୟ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ସେ ବିଳାସପୁର ଲୋକସଭା ଆସନରୁ ସାଂସଦ ରହିଛନ୍ତି। ବିଧାୟକ ଭାବେ ନିର୍ବାଚିତ ହେବା ପରେ ସାଂସଦ ପଦରୁ ସେ ଇସ୍ତଫା ଦେଇଥିଲେ। ବିଜୟ ଶର୍ମାଙ୍କ ପରି ୫୫ ବର୍ଷୀୟ ଅରୁଣ ସାଓ ମଧ୍ୟ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ସେପଟେ ବିଜୟ ଶର୍ମା କବୀରଧାମ ଜିଲ୍ଲାର କରଭଧାରୁ ବିଧାୟକ ଅଛନ୍ତି। ସେ ୩୯,୫୯୨ ଭୋଟ ବ୍ୟବଧାନରେ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ପରାସ୍ତ କରିଛନ୍ତି। ବିଜୟ ଶର୍ମା ଛତିଶଗଡ ବିଜେପିର ରାଜ୍ୟ ମହାସଚିବ ଅଛନ୍ତି ଏବଂ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ରହିଆସିଛନ୍ତି। ୫୦ ବର୍ଷୀୟ ବିଜୟ ଶର୍ମା ପ୍ରଥମ ଥର ବିଧାୟକ ହୋଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.