ରିଲ୍ସ ବନାଇବା ନିଶାରେ ପାଣିରେ ପଡ଼ିଗଲା ମୋବାଇଲ, ତଥାପି ଆଗକୁ ଅନେଇ ନାଚିବାରେ ଲାଗିଛନ୍ତି ଯୁବତୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ଇଣ୍ଟରନେଟ୍‌ ଯୁଗରେ ଏବେ ଯାହା ହାତରେ ଦେଖ ମୋବାଇଲ। ମୋବାଇଲ ସାହାଯ୍ୟରେ ଦେଶ ଦୁନିଆର ଖବର ସହଜରେ ଲୋକଙ୍କ ନିକଟରେ ପହଞ୍ଚିପାରୁଛି। ସେହିପରି ମନୋରଞ୍ଜନର ବି ମାଧ୍ୟମ ପାଲଟିଛି ମୋବାଇଲ। ଇଣ୍ଟରନେଟ୍‌ରେ ପ୍ରତିଦିନ ଗୋଟିଏରୁ ବଳି ଗୋଟିଏ ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ବେଶ୍‌ ମଜାଦାର ହୋଇଥାଏ ତ ଆଉ କିଛି ଗମ୍ଭୀର। ସେହିପରି କିଛି ଲୋକ ନିଜ ମୁର୍ଖାମୀ ଯୋଗୁ ବି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେଭଳି ଏକ ମୁର୍ଖତାଭରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ରିଲ୍ସ ବନାଇବା ଚକ୍କରରେ ନିଜ ମୋବାଇଲକୁ ପାଣିରେ ଗଳାଇ ପକାଉଛନ୍ତି। ସବୁଠୁ ମଜା କଥା ହେଉଛି ଫୋନ୍‌ଟି ପାଣିରେ ପଡ଼ିବା ପରେ ବି ସେ ପଛକୁ ବୁଲି ପଡ଼ି ଭିଡିଓ କରିବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଏବେ ଭିଡିଓ ତିଆରି କରିବାର କ୍ରେଜ୍‌ ଅଧିକ ବଢ଼ିଯାଇଛି। ଏହି କାରଣରୁ ସେମାନେ ଭିଡିଓ କରିବା ବେଳେ ସ୍ଥାନ, କାଳ, ପାତ୍ର ବି ଦେଖୁ ନାହାନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି, ଯୁବତୀ ଜଣକ ପାଣି ଥିବା ଅଞ୍ଚଳକୁ ଭିଡିଓ ତିଆରି କରିବାକୁ ଯାଉଛନ୍ତି। ସେ ଭିଡିଓ କରିବାକୁ ଯାଉଥିବା ଜାଗାର ଉଭୟ ପଟେ ପାଣି ଅଛି। ରାସ୍ତାଟି ସମତଳ ବି ନୁହେଁ। ଯୁବତୀ ଜଣକ ଭିଡିଓ କରିବା ପାଇଁ ଏକ ଟ୍ରାଇପୋଡ୍‌ ବି ନେଇଛନ୍ତି। ଯୁବତୀ ଟ୍ରାଇପୋଡ୍‌ରେ ମୋବାଇଲ ଲଗାଇ ଦେଇ ଗୀତ ଷ୍ଟାର୍ଟ କରି ତର ତର ହୋଇ ଆଗକୁ ଯାଇ ଡ୍ୟାନ୍ସ କରିବା ବେଳେ ପଛ ପଟେ ଟ୍ରାଇପୋଡ୍‌ଟି ପାଣି ଭିତରକୁ ଖସି ପଡ଼ୁଛି। ସେ ଭିଡିଓ ନିଶାରେ ଏମିତି ମଜ୍ଜି ଯାଇଛନ୍ତି ଯେ ମୋବାଇଲ ପାଣିରେ ପଡ଼ି ଯାଇଥିଲେ ବି ଆଗକୁ ମୁହଁ କରି ନାଚିବାରେ ଲାଗିଛନ୍ତି।

ଯୁବତୀ ଆଗକୁ ଅନାଇ ନାଚୁଛନ୍ତି କିନ୍ତୁ ଏଣେ ତାଙ୍କ ମୋବାଇଲ ଟ୍ରାଇପୋଡ୍‌ ସହ ପାଣି ଭିତରେ। ଗୀତ ସରିବା ପରେ ଯୁବତୀ ଯେତେବେଳେ ପଛକୁ ଚାହୁଁଛନ୍ତି, ଦେଖୁଛନ୍ତି ତାଙ୍କ ଫୋନ୍‌ ଆଉ ନାହିଁ। ତଳକୁ ଚାହିଁବା ବେଳକୁ ଟ୍ରାଇ ପୋଡ ସହ ମୋବାଇଲଟି ପାଣିରେ ବୁଡ଼ୁଥିବା ଦେଖୁଛନ୍ତି। ଯୁବତୀ ତୁରନ୍ତ ଆସି ମୋବାଇଲକୁ ଉଠାଇ ନେଉଥିବା ଦେଖାଯାଇଛି।

ଏହି ଭିଡିଓଟି ଭାରି ମଜାଳିଆ ଲାଗୁଛି। ଯୁବତୀଙ୍କର ଏହି କାରନାମା ଦେଖି ଲୋକମାନେ ବି ହସୁଛନ୍ତି। ସେହିଭଳି ଆଉ କିଛି ଲୋକ ଯୁବତୀଙ୍କର ମଜାକ୍‌ ବି ଉଡ଼ାଉଥିବା ଦେଖାଯାଇଛି। ଯୁବତୀଙ୍କୁ ଲାଗୁଛି ତାଙ୍କ ଭିଡିଓ କ୍ୟାମେରାରେ ରେକର୍ଡ ହେଉଛି। କିନ୍ତୁ ଦେଖିଲା ବେଳକୁ ମୋବାଇଲ ଯାଇ ପାଣିରେ। ଇନ୍‌ଷ୍ଟାଗ୍ରାମ୍‌ରେ ମୋବାଇଲ ଫଟୋଗ୍ରାଫି ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି।

Also Read: ଆପଣଙ୍କ ପାଖରେ କେମିତି ପହଞ୍ଚେ କାର ଓ ବାଇକ୍‌, ଭିଡିଓ ସେୟାର କରି ଦେଖାଇଲା ରେଲୱେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.