ଆଇଏଏସ୍ ହେବାର ସ୍ବପ୍ନ ରହିଯିବ କି ଅଧାରେ ? ମାଟ୍ରିକ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲା ଟପ୍ପର ସୌମ୍ଯଙ୍କ ଭବିଷ୍ଯତ ଏବେ ଦୋଛକିରେ

ତାଳଚେର: ନା ବାପାଙ୍କର ଥିଲା ସମ୍ବଳ ନା ମିଳି ପାରିଥିଲା ପାଠ ପଢିବା ପାଇଁ କୌଣସି ସୁବିଧା । ତଥାପି ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ୧ନମ୍ବର ସ୍ଥାନ ଅଧିକାର କରି ଆଗକୁ ଆଇଏଏସ୍ ହେବାର ସ୍ବପ୍ନ ଦେଖିଛନ୍ତି ଅନୁଗୁଳର ଛାତ୍ର ସୌମ୍ଯ ରଞ୍ଜନ। କିନ୍ତୁ ଦୁଃଖର କଥା, ଏବେ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥାଭାବ ଫଳରେ ଅଧାରେ ଅଟକି ଯିବନି ତ ମେଧାବୀ ଛାତ୍ର ସୌମ୍ଯଙ୍କ ଭବିଷ୍ଯତ? ଧୂଳିସାତ୍ ହେବନି ତ ସେ ଦେଖିଥିବା ସ୍ବପ୍ନ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ସୌମ୍ଯଙ୍କ ମନରେ ।

soumayଚଳିତ ମ୍ଯାଟ୍ରିକ୍ ପରୀକ୍ଷାରେ ୯୫%ରୁ ଅଧିକ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର ରେମୁଆଁର ଜଣେ ଗରିବ ଘରର ପୁଅ ସୌମ୍ଯ ରଞ୍ଜନ ସାମନ୍ତ । ଭବିଷ୍ଯତରେ ଆଇଏଏସ୍ ହେବାର ସ୍ବପ୍ନ ଦେଖିଥିବା ସୌମ୍ଯଙ୍କ ପାଠ ପଢାରେ ଏବେ ଅର୍ଥ ପ୍ରତିବନ୍ଧକ ସାଜିଛି । ସୌମ୍ଯଙ୍କ ବାପା ଜଣେ ଠିକା ଶ୍ରମିକ ଏବଂ ମା ଜଣେ ଗ୍ରୁହିଣୀ । ବଡ ଭାଇ ନିହାର ରଞ୍ଜନ ଅନୁଗୁଳ ସରକାରୀ ମହାବିଦ୍ଯାଳୟର ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ।

ଠିକା ଶ୍ରମିକ ଭାବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସ୍ବଳ୍ପ ଆୟରେ ପୁଅମାନଙ୍କୁ ବହୁ କଷ୍ଟରେ ପାଠ ପଢାଉଛନ୍ତି ହେମନ୍ତ । ନିଜ ପେଟରୁ କାଟି ପୁଅକୁ ସିନା ଦେଉଳବେଡା ସରସ୍ବତୀ ବିଦ୍ଯା ମନ୍ଦିରରେ ଦଶମ ଯାଏଁ ପାଠ ପଢାଇ ଦେଲେ କିନ୍ତୁ ଏବେ ପୁଅର ଆଇଏଏସ୍ ହେବାର ସ୍ବପ୍ନ ତାଙ୍କୁ ଚିନ୍ତାରେ ପକାଇଛି । ପରିବାର ଲୋକେ ସଭିଏଁ ପୁଅର ସଫଳତାରେ ଖୁବ୍ ଖୁସି ଥିଲେ ମଧ୍ଯ ପୁଅର ଭବିଷ୍ଯତକୁ ନେଇ ଚିନ୍ତାରେ । ଛୋଟ ବେଳୁ ନା ପୁଅକୁ ଦେଇ ପାରିଛନ୍ତି କୌଣସି ଟ୍ଯୁସନ୍ ନା ପୁଅ ପାଇଁ ଜୀବନ କାଳରେ କିଣିପାରିଛନ୍ତି ଖଣ୍ଡେ ବହି । ଜୀବନ ତମାମ୍ ଏହି ପରିବାରର ପିଛା ଛାଡିନି ଅଭାବି ।

studentକିନ୍ତୁ ଛାତ୍ର ଜୀବନରୁ ସ୍କୁଲ୍ ପାଇଁ ସୌମ୍ଯ ଆଣିଛନ୍ତି ଅନେକ ଗୌରବ। ଏନ୍ ଆର୍ ଟି ଏସ୍ ପରୀକ୍ଷା ଠାରୁ ଆରମ୍ଭ କରି ରାଜ୍ଯ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ତାଙ୍କର ଚମକ୍ ।  ଅନ୍ଯପଟେ ଛପର ଘରୁ ଜିଲ୍ଲାରେ ଟପ୍ପର ହୋଇଥିବା ସୌମ୍ଯ ନିଜର ଭବିଷ୍ଯତର ସ୍ବପ୍ନକୁ ନେଇ ଏବେ ଦୋଛକିରେ । ଶିଳ୍ପ ସମ୍ରୁଦ୍ଧ ଜିଲ୍ଲା ଅନୁଗୁଳରେ ମେଧାବୀ ଛାତ୍ର ସୌମ୍ଯଙ୍କ ଉଚ୍ଚ ଶିକ୍ଷା ପାଇଁ ଏବେ ସରକାରୀ ସହାୟତା ଏକ ମାତ୍ର ପନ୍ଥା । ଯଦି ତାଙ୍କର ଉଚ୍ଚ ଶିକ୍ଷା ଆଶା ପୂରଣ ହୋଇପାରନ୍ତା, ତେବେ ସେ ଭଲ ପାଠ ପଢି ଦେଶ ଗଠନରେ ଜଣେ ମୁଖ୍ଯ ସୂତ୍ରଧାର ହୋଇପାରନ୍ତେ ।

ତାଳଚେରରୁ ଅନିଲ୍ କୁମାର ସାମଲଙ୍କ ରିପୋର୍ଟ,କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.