Below header

ଏହା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ଗଛ, ଯାହାକୁ ଛୁଇଁବା ମାତ୍ରକେ ହୋଇଯାଏ ମୃତ୍ୟୁ

ସବୁଜ ପରିବେଶ ପାଇଁ ଲୋକେ ନିଜ ଆଖପାଖ ବାଡି ବଗିଚାରେ ଗଛ ଲତା ଲଗାଇଥାନ୍ତି । ଗଛ ଆମ ଜୀବନ ଜୀବିକା ସହ ସମ୍ପୂର୍ଣ୍ଣ ଭାବେ ଜଡ଼ିତ । ଗଛ ଆମକୁ କେବଳ ସାହାଯ୍ୟ କରିଥାଏ ତାହା ନୁହେଁ ବରଂ ପରିବେଶ ସୁରକ୍ଷାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବୃକ୍ଷ ଲତା ପାଇଁ ହିଁ ମଣିଷର ଅସ୍ତିତ୍ୱ ରହିଛି। ସେଇଥିଲାଗି ତ କୁହାଯାଏ ବୃକ୍ଷ ହିଁ ଜୀବନ । କାରଣ ଗଛରୁ ଆମକୁ ଅନ୍ୟ ସମସ୍ତ ଜିନିଷ ବ୍ୟତୀତ ବଞ୍ଚିବା ପାଇଁ ସବୁଠାରୁ ଦରକାରୀ ଅମ୍ଳଜାନ ମିଳିଥାଏ। ସେଥିଲାଗି ଗଛ ଆମ ପାଇଁ କେତେ ଯେ ଦରକାରୀ ଭାବି ନିଅନ୍ତୁ । କିନ୍ତୁ କଣ ଆପଣଙ୍କୁ ଜଣାଅଛି କି, ଦୁନିଆରେ ଏମିତି ଗଛ ଅଛି ଯାହା ମଣିଷଙ୍କ ପାଇଁ କ୍ଷତିକାରକ? ଏମିତି ଅନେକ ଗଛ ଲତା ଅଛି ଯାହା ମନୁଷ୍ୟର ଜୀବନ ମଧ୍ୟ ନେଇ ଯାଇ ପାରେ ।
ଆମେ କହୁଛୁ ଲଣ୍ଡନରେ ଥିବା ଏକ ଗଛ ବିଷୟରେ। ଯାହାକୁ ସେଠାକାର ଭାଷାରେ ହୋଗାବିଜ୍ ବା ‘କିଲର ଟ୍ରି’ କୁହାଯାଏ। ଏହାର ବୈଜ୍ଞାନିକ ନାମ ହେରାକିଲମ ମେଣ୍ଟାଗେଜିଏନମ ରଖାଯାଇଛି। ଏହି ଗଛ ବ୍ରିଟେନର ଲାଙ୍କାସାୟାର ନଦୀ କୂଳରେ ଦେଖିବାକୁ ମିଳିଥାଏ।

tree poisionଏହି ବିଷାକ୍ତ ଗଛର ଲମ୍ବ ୧୪ ଫୁଟ୍ ପର୍ଯ୍ୟନ୍ତ ରହିଥାଏ। ଯଦି କେହି ଏହି ଗଛକୁ ଛୁଇଁ ନିଅନ୍ତି ତେବେ ଗଛରେ ଥିବା ବିଷ ତାଙ୍କ ହାତରେ ଲାଗିଯାଏ ଏବଂ ଏହା ଅଙ୍ଗକୁ ବ୍ୟାପିଯାଏ । ବୈଜ୍ଞାନିକମାନେ କହିଛନ୍ତି, ଗଛକୁ ଛୁଇଁବାର୪୮ ଘଣ୍ଟା ଭିତରେ ହିଁ ବିଷ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଥାଏ। ଏହି ଗଛଟି ଦେଖିବାକୁ ଭାରି ସୁନ୍ଦର । ତେବେ ଏହା ଯେତିକି ଆକର୍ଷକ ସେତିକି କ୍ଷତିକାରକ ମଧ୍ୟ।

ଏହାସହ ପଢନ୍ତୁ : ବୈଜ୍ଞାନିକ ଖୋଜି ବାହାର କଲେ ଈଶ୍ୱରଙ୍କ ଚେହେରା, ଏମିତି ଦେଖାଯାଆନ୍ତି ଭଗବାନ !

ବୈଜ୍ଞାନିକଙ୍କ ମୁତାବକ ଏହି ଗଛ ସାପ ଠାରୁ ମଧ୍ୟ ଅଧିକ ବିଷଧର। ଯଦି ଆପଣ କେବେବି ଏହି ଗଛକୁ ସ୍ପର୍ଶ କରିଦିଅନ୍ତି ତେବେ କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ପୂରା ତ୍ୱଚାରେ ଜଳାପୋଡ଼ା ଅନୁଭୂତ ହୋଇଥାଏ। ସେହିପରି ଏହି ଗଛକୁ ନେଇ ଡାକ୍ତର କୁହନ୍ତି ଯେ ଯଦି କୌଣସି ବ୍ୟକ୍ତି ଭୁଲରେ ବି ଏହି ଗଛକୁ ଛୁଇଁ ଦିଅନ୍ତି ତେବେ ସେହି ବ୍ୟକ୍ତିଙ୍କର ଆଖିର ଜ୍ୟୋତି ଚାଲିଯିବାର ଭୟ ମଧ୍ୟ ରହିଥାଏ। ବା ସେ ଅନ୍ଧ ହୋଇଯାଇ ପାରନ୍ତି । ଏହି ଗଛ ଦ୍ୱାରା ହେଉଥିବା ବିଷର ପ୍ରଭାବରୁ ମୁକ୍ତି ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇ ପାରିନାହିଁ ।

plants

ଏହି ଗଛ ଏତେ ବିଷାକ୍ତ ହେବାର କାରଣ ହେଉଛି ଏହା ଭିତରେ ଥିବା ଏକ କେମିକାଲ । ଏହି ଗଛ ବାତାବରଣରୁ ଅମ୍ଳଜାନ ଏବଂ କାର୍ବୋହାଇଡ୍ରେଟକୁ ବାଲାନ୍ସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.