ପୁରୁଷମାନେ ପ୍ରତିଦିନ ଏହି ଉପାୟରେ ପିଆଜ ଖାଆନ୍ତୁ, ବୃଦ୍ଧି ପାଇବ ଯୌନଶକ୍ତି

ଆୟୁର୍ବେଦରେ ପିଆଜକୁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ ବୋଲି ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଗ୍ରନ୍ଥରେ ପିଆଜ ବିଶେଷ କରି ପୁରୁଷଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ରାମବାଣ ଭଳି କାମ କରିଥାଏ ବୋଲି କୁହାଯାଇଛି। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ପୁରୁଷତ୍ୱ ବା ଶରୀରରେ ଶୁକ୍ରାଣୁର ପରିମାଣ ବୃଦ୍ଧି ପାଇଥାଏ। ପିଆଜରେ ଥିବା ସଲଫର ତତ୍ତ୍ୱ, ଆଣ୍ଟି ଅକ୍ସିଡେଣ୍ଟ, ଫ୍ଲାଭନଏଡ୍‌ ଏବଂ ପଲିଫେନୋଲ୍‌ ଥାଏ, ଯାହା ପୁରୁଷଙ୍କ ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ୭ଟି ଘରୋଇ ଉପାୟରେ ପୁରୁଷମାନେ କିପରି ପିଆଜର ଲାଭ ଉଠାଇପାରିବେ…

୧.ଦୁଇ ଚାମଚ ଧଳା ପିଆଜ ରସରେ ୧ ଚାମଚ ମହୁ ମିଶାଇ ନିୟମିତ ପାନ କରିବା ଦ୍ୱାରା ପୁରୁଷଙ୍କ ଶକ୍ତି ବୃଦ୍ଧି ପାଏ। ଶୁକ୍ରାଣୁ ବୃଦ୍ଧିରେ ଏହା ସହାୟକ ହୋଇଥାଏ।

୨.୧୦୦ ଗ୍ରାମ୍‌ ଜୁଆଣିରେ ୫-୬ଟି ଧଳା ପିଆଜର ରସ ମିଶାଇ ରଖନ୍ତୁ। ପ୍ରତିଦିନ ଏକ ଚାମଚ ପାଉଡ଼ରକୁ ଘିଅ ଓ ଚିନି ସହ ମିଶାଇ ସେବନ କରନ୍ତୁ।

୩. ଦୁଇ କେଜି ପିଆଜ ରସରେ ଅଧ କିଲୋଗ୍ରାମ ବିରି ଡାଲିକୁ ଗୁଣ୍ଡ କରି ମିଶାନ୍ତୁ। ଏହି ପେଷ୍ଟକୁ ପ୍ରତିଦିନ ଉଷୁମ କ୍ଷୀରରେ ଗୋଳାଇ ପିଅନ୍ତୁ। ଏହା ଯୌନଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ।

୪. ଏକ ବଡ଼ ପାତ୍ରରେ ମହୁ ରଖନ୍ତୁ। ସେଥିରେ ୪୫ଟି ଛୋଟ ପିଆଜକୁ ଛୋଟ ଛୋଟ କଣା କରି ବୁଡ଼ାଇ ରଖନ୍ତୁ। ୪୫ ଦିନ ପରେ ପ୍ରତି ରାତିରେ ଗୋଟିଏ ଲେଖାଏଁ ପିଆଜ ଖାଆନ୍ତୁ। ଶରୀରର ଶକ୍ତି ବର୍ଦ୍ଧକ ଭାବେ ଏହା କାମ କରିଥାଏ।

୫. ଚାମଚେ ପିଆଜ ରସରେ ଏକ ଚାମଚ ଅଦା ରସ ମିଶାଇ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଖାଆନ୍ତୁ। ଏହା ଥକାପଣ, ଶୀଘ୍ର ହାଲିଆ ହୋଇଯିବା ଭଳି ସମସ୍ୟା ଦୂର କରିଥାଏ।

ଏହାସହ ପଢ଼ନ୍ତୁ: ଶୁକ୍ରାଣୁର ଅଭାବ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ପ୍ରଭାବିତ, ଜାଣନ୍ତୁ ରକ୍ଷା ପାଇବା ଉପାୟ

୬.ପିଆଜକୁ ଛୋଟ ଛୋଟ ଖଣ୍ଡରେ କାଟି ଘିଅରେ ଅଳ୍ପ ଭାଜନ୍ତୁ। ଏହାକୁ ମହୁ ସହ ପ୍ରତିଦିନ ଖାଲିପେଟରେ ସେବନ କରନ୍ତୁ। ଆଉ ଦୁର୍ବଳ ଲାଗିବ ନାହିଁ।

୭. ୧୦୦ ଗ୍ରାମ ପିଆଜକୁ ଏକ ଲିଟର ପାଣିରେ ଫୁଟାନ୍ତୁ। ପାଣି ୧ ଗ୍ଲାସ ହୋଇଗଲେ ସେଥିରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ। ଯୌନ ସମସ୍ୟା ଦୂର ହେବ।