ଏପରି ଏକ ବିପଦପୂର୍ଣ୍ଣ ଜେଲ, ଯେଉଁଠାରୁ କୌଣସି କଏଦୀ ଖସି ଯାଇପାରନ୍ତି ନାହିଁ

ଜେଲରୁ କିପରି କଏଦୀ ଖସି ପଳାଇବ, ତାହା ସବୁବେଳେ ଚିନ୍ତା କରିଥାଏ। ଅପରାଧ କରିବା ପରେ ଜେଲରେ ଆସି ରହିବାକୁ ଅପରାଧୀ କେବେ ବି ଇଚ୍ଛା କରିଥାଏ। ତେଣୁ ଏଠାରୁ ଖସି ପଳାଇବା ପାଇଁ ଅନେକ ଚେଷ୍ଟା କରିଥାଏ। କୌଣସି ଅପରାଧୀ ଜେଲରୁ ଖସି ପଳାଇବା ଖବର ଆପଣ ଜୀବନରେ ଯେମିତି ମଧ୍ୟ ହେଉ ଶୁଣିଥିବେ। ଦୁନିଆରେ ଏପରି କେତେକ ଜେଲ ରହିଛି, ଯାହା ବହୁତ ବିପଦପୂର୍ଣ୍ଣ ଏବଂ ଭୟଙ୍କର ହୋଇଥିବା ବେଳେ ଆଉ କେତେକ ବହୁତ ସୁନ୍ଦର ଏବଂ ପଞ୍ଚତାରକା ହୋଟେଲ ଭଳି ହୋଇଥାଏ। କିନ୍ତୁ ଆଜି ଏମିତି ଏକ ଜେଲ୍ ସମ୍ପର୍କରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହେବେ। ଏହି ଜେଲ୍ରୁ କୌଣସି କଏଦୀ କେବେ ଖସି ପଳାଇବାର ସୁଯୋଗ ପାଇନାହାନ୍ତି। ଯଦିଓ ଅନେକ କଏଦୀ ଚେଷ୍ଟା କରି ବିଫଳ ହୋଇଛନ୍ତି।

rock

ଏହି ଜେଲ୍ର ନାମ ଆଲକାଟ୍ରାଜ୍ ଜେଲ। ଏହା କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍ସିସ୍କୋ ଉପକୂଳବର୍ତ୍ତୀ ଆଲକାଟ୍ରାଜ୍ ଦ୍ୱୀପରେ ଅବସ୍ଥିତ। ୧୯୩୪ରେ ଏହି ଜେଲ୍ ଖୋଲା ଯାଇଥିଲା। କିନ୍ତୁ ଅଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ହେତୁ ୧୯୬୩ରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ଜେଲ୍କୁ ସଂଗ୍ରାହାଳୟ ଭାବରେ ବ୍ୟବହାର କରାଯାଉଛି। ଯାହାକୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ପରିଦର୍ଶନ କରିବାକୁ ଆସିଥାନ୍ତି। ଏହି ଜେଲ୍କୁ ‘ଦ ରକ୍’ ମଧ୍ୟ କୁହାଯାଏ। ଏହାର ଚତୁଃପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଶୀତଳ ଜଳ ଚାରିପଟେ ଘେରି ରହିଛି। ଏହି ଜେଲ୍କୁ ଆମେରିକାର ସବୁଠାରୁ ଶକ୍ତିଶାଳୀ କାରାଗାର ଭାବରେ ବିବେଚନା କରାଯାଉଥିଲା। ଯେଉଁଥିରୁ କୌଣସି କଏଦୀ ଖସି ଯାଇପାରିବେ ନାହିଁ।

jail

କୁହାଯାଏ, ଏହି କାରାଗାରରେ ଆମେରିକାର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀଙ୍କୁ ରଖାଯାଇଥିଲା। ଜେଲ୍ର ୨୯ ବର୍ଷର ଇତିହାସରେ ଯଦିଓ ସମୁଦାୟ ୩୬ କଏଦୀ ଏଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ କାବୁ କରାଯାଇଥିଲା। କେତେକଙ୍କୁ ପୋଲିସ ଗୁଳିରେ ହତ୍ୟା କରାଯାଇଥିଲା ଏବଂ କେତେକ ପାଣିରେ ବୁଡ଼ି ଯାଇଥିଲେ। ୫ କଏଦୀଙ୍କ ମୃତଦେହ ପୋଲିସ ପାଇ ନ ଥିଲା।

11

ଏହି ଜେଲକୁ ଆମେରିକାର ସବୁଠାରୁ ଭୟଙ୍କର ଜେଲ ମଧ୍ୟ ଗଣାଯାଏ। ଏଠାରେ ଅନେକ କଏଦୀ ଆତ୍ମହତ୍ୟା କରିଥିଲେ। ଯେଉଁଠାରେ ଏଠାରେ ଅନେକ ଆତ୍ମା ବୁଲୁଥିବାର କଥା ଜଣାପଡିଛି। ଅନେକ ଲୋକ ଏଠାରେ ଭୟଙ୍କର ଗତିବିଧି ମଧ୍ୟ ଲକ୍ଷ୍ୟ କରିଥିବା କଥା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.