Below header

ରାସନ କାର୍ଡଧାରୀଙ୍କ ପାଇଁ ଖୁସିଖବର, ଏହି ରାଜ୍ୟର ଲୋକ କାର୍ଡ ଯୋଗେ ଅନ୍ୟ ରାଜ୍ୟରୁ ମଧ୍ୟ ନେଇପାରିବେ ଖାଦ୍ୟ

ଏବେ ଦେଶରେ “ଏକ ରାଷ୍ଟ୍ର ଏକ ରାସନ କାର୍ଡ” ନିୟମ ଲାଗୁ ହୋଇଛି। ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସମସ୍ତଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏହି ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ଏବେ ଗୋଟିଏ ରାସନ କାର୍ଡ ବ୍ୟବହାର କରି ଉପଭୋକ୍ତା ଦେଶର ଯେକୌଣସି ସ୍ଥାନରୁ ନିଜ ଭାଗର ଖାଦ୍ୟ କିଣିପାରିବେ।

ବର୍ତ୍ତମାନ ଉତ୍ତର ପ୍ରଦେଶ ସମେତ ୧୬ ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ବିହାର, ପଞ୍ଜାବ, ହିମାଚଳ ପ୍ରଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳିର ଲୋକମାନେ ଏହି ନିୟମର ଲାଭ ଉଠାଇପାରିବେ।

Tamil Nadu rolls out ration card portability - The Hindu

ଏ ନେଇ କେନ୍ଦ୍ର ସରକାରଙ୍କ ପ୍ରବକ୍ତା କହିଛନ୍ତି ଯେ ମହାରାଷ୍ଟ୍ରର ୨୫, ହରିୟାଣାର ୨୪, ରାଜସ୍ଥାନର ୨ ତଥା କେରଳର ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶରୁ ରାସନ ନେଇଛନ୍ତି। ସେହିପରି ଉତ୍ତର ପ୍ରଦେଶର ୩ ଗ୍ରାହକ କର୍ଣ୍ଣାଟକ, ଜଣେ ଗୋଆ ଓ ୧୦ ଜଣ ମହାରାଷ୍ଟ୍ରରୁ ରାସନ ନେଇଛନ୍ତି।

Haryana Green / Yellow / Pink / Khakhi Ration Card Forms [APL ...

ସୂଚନାଯୋଗ୍ୟ ଯେ ଲକଡାଉନ ଯୋଗୁ ଖାଦ୍ୟ ଓ ସୁରକ୍ଷା ବିଭାଗ ଶ୍ରମିକ ଓ ଦିନ ମଜୁରିଆଙ୍କୁ ଅନ୍ୟ ରାଜ୍ୟରୁ ରାସନ କାର୍ଡ ଯୋଗେ ଖାଦ୍ୟ ନେବାକୁ ଅନୁମତି ପ୍ରଦାନ କରିଛି। ଏକ ରାଷ୍ଟ୍ର, ଏକ ରାସନ କାର୍ଡ ଅନୁସାରେ ଲୋକମାନେ ଏହି ସୁବିଧାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.