Below header

ଗୁଗଲରୁ ଚାକିରୀ ଛାଡି ଖୋଲିଲେ ସମୋସା ଦୋକାନ, ବାର୍ଷିକ ରୋଜଗାର ୫୦ ଲକ୍ଷରୁ ଅଧିକ

ଗୁଗଲ ଭଳି ନାମି ଦାମି କମ୍ପାନୀରେ ଚାକିରି କରିବାର ସ୍ୱପ୍ନ ସମସ୍ତଙ୍କର ଥାଏ । ଦିନ ରାତି ପରିଶ୍ରମ କଲା ପରେ ଗୁଗଲ କମ୍ପାନୀରେ ଜଣଙ୍କୁ ଚାକିରି ମିଳିଥାଏ । ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଗଲ କମ୍ପାନୀରୁ ଚାକିରି ଛାଡି ଜଣେ ବ୍ୟକ୍ତି ସମୋସା କଚୋରୀ ବିକୁଛନ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇର ମୁନାଫ କପାଡିଆ । ତେବେ ମୁନାଫଙ୍କର ଏହି ବୃର୍ତ୍ତିରେ ଖୁବ ଭଲ ରୋଜଗାର ହେଉଛି ବୋଲି ସେ କହିଛନ୍ତି ।

ମୁମ୍ବାଇର ଗୁଗଲ କମ୍ପାନୀରେ ଆକାଉଣ୍ଟ ଷ୍ଟ୍ରେଟଜିଷ୍ଟ ପଦବୀରେ ଥିଲା ବେଳେ ହିଁ ମୁନାଫ ଟିବିକେ ନାମକ ଏକ କମ୍ପାନୀର କିଚେନରୁ ଅନଲାଇନ ସାହାଯ୍ୟରେ ଖାଦ୍ୟର ଅନଲାଇନ ଅର୍ଡର ନେବା ଆରମ୍ଭ କରିଦେଇଥିଲେ । ସେ ସେହି କିଚନରେ ତାଙ୍କ ମା’ ନଫିସାଙ୍କ ହାତ ତିଆରି ବ୍ୟଞନ ମଧ୍ୟ ବିକିବା ଆରମ୍ଭ କରିଥିଲେ । ମୁନାଫ ବୋହରା ସମ୍ପ୍ରଦାୟର ଲୋକ ଥିବାରୁ ସେ ତାଙ୍କ ମେନ୍ୟୁ ରେ ବୋହରା ଥାଳି ରଖିଥିଲେ ଏବଂ ଏହାର ସ୍ୱାଦ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । କିଛି ସମୟ ପରେ ମୁନାଫଙ୍କର ଏହି ବିଜନେସ ଠିକ୍‌ ଭାବରେ ନ ଚାଲିବାରୁ ସେ କିଚେନ ବନ୍ଦ କରିବ କଥା ଭାବି ନେଇଥିଲେ । ଏହି ସମୟରେ ଫୋବର୍ସ ଇଣ୍ଡିଆରୁ ତାଙ୍କୁ ଏକ ଫୋନ କଲ ଆସିଥିଲା ଯେଉଁଥିରେ 30-under-30 ମାଗାଜିନରେ ତାଙ୍କୁ କଭର କରିବା ପାଇଁ ଚାଁହୁଥିଲେ । ଭଗବାନ ନିଜକୁ ପ୍ରମାଣ କରିବାପାଇଁ ମୁନାଫଙ୍କୁ ଏକ ସୁନ୍ଦର ସୁଯୋଗ ଦେଇଥିଲେ ବୋଲି ସେ କୁହନ୍ତି ।ଏହି ଫୋନ କଲ ପରେ ମୁନାଫଙ୍କ ଭିତରେ ସେ ଜୋସ ପୁଣି ଥରେ ଫେରି ଆସିଥିଲା ।

मुनाफ कपाड़िया

ଏହିଭଳି ଭାବରେ ମୁନାଫ ଆଗକୁ ବଢି ଚାଲିଲେ ଓ ୨୦୧୯ ପର୍ଯ୍ୟନ୍ତ ସେ ମୁମ୍ବାଇରେ ନିଜର ବ୍ରାଞ୍ଚ ଖୋଲି ଦେଇଥିଲେ । ତାଙ୍କ ବ୍ୟଞନର ସ୍ୱାଦ ବଲିଉଡର ଅନେକ ବଡ ବଡ କଳାକାର ମଧ୍ୟ ଚାଖି ସାରିଛନ୍ତି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ମୁନାଫଙ୍କ କିଚନ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.