ଦିନେ ଦିନକୁ ଦୁଇବେଳା ଖାଇବାକୁ ପାଉନଥିଲେ ହିନ୍ଦୀ ସାହିତ୍ୟ ଜଗତର ଏହି ଅନନ୍ୟ ସ୍ରଷ୍ଟା

ହିନ୍ଦୀ ସାହିତ୍ୟର କଥା ଉଠିଲେ ପ୍ରଥମେ ମନକୁ ପ୍ରେମଚାନ୍ଦଙ୍କ ନାଁ ଆସେ । ଯିଏ ନିଜ ଲେଖନୀ ସାହାଯ୍ୟରେ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଥିଲେ । କିନ୍ତୁ ଖୁବ କମ ଲୋକ ଜାଣିଥିବେ ଏହି ଚିରନମସ୍ୟ ଲେଖକ ଜଣଙ୍କ ପ୍ରକୃତ ନାଁ ହେଉଛି “ଧନପଦ ରାୟ ଶ୍ରୀବାସ୍ତବ” । ନାଁ ସିନା ଧନପଦ କିନ୍ତୁ ପାଖରେ ନଥିଲା ଧନ । ନିଜ ପ୍ରକୃତ ନାଁ ଅପେକ୍ଷା “ମୁନ୍ସୀ ପ୍ରେମଚାନ୍ଦ” ନାଁରେ ସେ ବେଶୀ ପରିଚିତ । ଭାରତ ଉପଖଣ୍ଡରେ ସେ ଜଣେ ଅତି ପରିଚିତ ଲେଖକ । ତାଙ୍କ ଲେଖନୀ ନିସୃତ ସୃଷ୍ଟି ଭିତରେ ରହିଛି ଗୋଦାନ, କର୍ମଭୂମି, ଗବନ, ମାନସରୋବର, ଇଦଗାହ । ୧୯୦୭ ମସିହାରେ “ସୋଯ ଇ ବତନ” ନାମକ ଏକ ପୁସ୍ତକରେ ତାଙ୍କର ପ୍ରଥମ ପାଞ୍ଚଟି ଗଳ୍ପ ପ୍ରକାଶିତ ହୋଇଥିଲା । ନିଜ ପ୍ରକୃତ ନାଁ ବଦଳରେ “ନବାବ ରାୟ” ଓ “ପ୍ରେମଚାନ୍ଦ” ନାଁରେ ହିଁ ଲେଖାଲେଖି କରନ୍ତି । ସେ ଏକାଧାରାରେ ଜଣେ ଗାଳ୍ପିକ, ଡ୍ରାମାଟିଷ୍ଟ ଓ ଉପନ୍ୟାସ ଲେଖକ ମଧ୍ୟ ଥିଲେ । ଖାଲି ସେତିକି ନୁହେଁ ନିଜର ଅନନ୍ୟ କୃତି ଅପାଇଁ ପ୍ରେମଚାନ୍ଦଙ୍କୁ “ଉପନ୍ୟାସ ସମ୍ରାଟ”ର ଆଖ୍ୟା ଦିଆଯାଇଛି ।

premchand

ତାଙ୍କ କୃତି ପାଇଁ ହିଁ ସମ୍ମାନରେ ତାଙ୍କୁ “ପ୍ରେମଚାନ୍ଦ” ଉପାଧି ଦିଆଯାଇଥିଲା । ନିଜ ଜୀବନ କାଳ ଭିତରେ ପ୍ରେମଚାନ୍ଦ ଅନେକ ଉପନ୍ୟାସ, ୩୦୦ ପାଖାପାଖି କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ ଆଦି ଲେଖିବା ସହ ଅନେକ ବିଦେଶୀ ଲେଖାର ହିନ୍ଦୀ ଭାଷାକୁ ରୂପାନ୍ତରୀକରଣ ମଧ୍ୟ କରିଛନ୍ତି । ୧୮୮୦
ମସିହା ଆଜିର ଦିନରେ ବନାରସର “ଲମହୀ” ନାମକ ଏକ ଗାଁରେ ହୋଇଥିଲା ପ୍ରେମଚାନ୍ଦଙ୍କ ଜନ୍ମ । ଜନ୍ମ ପରେ ପରିବାର ଲୋକେ ତାଙ୍କ ନାଁ ଧନପତ ରାୟ ରଖିଥିଲେ । ପ୍ରେମଚାନ୍ଦଙ୍କ ବଂଶଜ କାୟସ୍ଥ ଶ୍ରେଣୀର ଥିଲେ । ତାଙ୍କ ବାପା ଜଣେ ଅଜୈବ ରାୟ ଜଣେ ପୋଷ୍ଟ ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମାଁଙ୍କ ନାଁ ଆନନ୍ଦି ଦେବୀ ଥିଲା ।  ଧନପତ ରାୟ ନିଜ ପିତା ମାତାଙ୍କ ଚତୁର୍ଥ ସନ୍ତାନ ଥିଲେ | ମାତ୍ର ୭ ବର୍ଷ ବୟସରେ ମଦ୍ରାସା ଠାରେ ତାଙ୍କ ପାଠପଢା ଆରମ୍ଭ ହୋଇଥିଲା । ଆଉ ତାଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିବା ବେଳେ ମାଁ ଦୁନିଆ ଛାଡ଼ି ଚାଲିଯାଇଥିଲେ ।

ଏହାର ଅଳ୍ପ ଦିନ ପରେ ତାଙ୍କ ଲାଳନ ପାଳନ ଦାୟିତ୍ୱରେ ଥିବା ଜେଜେ ମାଁ ବି ଦୁନିଆ ଛାଡ଼ି ଚାଲିଯାଇଥିଲେ । ବଡ ଭଉଣୀଙ୍କ ବିବାହ ହୋଇଯିବା କାରଣରୁ ପୁରା ଏକଲା ହୋଇଯାଇଥିଲେ ପ୍ରେମଚାନ୍ଦ । ଆଉ ତାଙ୍କର ଏହି ଏକଲାପଣର ଏକମାତ୍ର ସାହାରା ପାଲଟିଥିଲା ତାଙ୍କ କାଲାମ । ଖୁବ କମ ବୟସରୁ ଲେଖିବା ଆରମ୍ଭ କରିଥିବା ବେଳେ ନିଜ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହାକୁ ଜାରି ରଖିଥିଲେ । ଖୁବ ଦୁଃଖ କଷ୍ଟରେ ବିତିଥିଲା ତାଙ୍କ ଜୀବନ । ଏମିତିକି ଏକ ସମୟରେ ଦିନକୁ ଦୁଇ ମୁଠା ଖାଇବାକୁ ବି ମିଳିନଥିଲା । ତଥାପି ଜୀବନରେ ହାର ମାନିନଥିଲେ ହିନ୍ଦୀ ସାହିତ୍ୟ ଜଗତର ଏହି ଅବିରତ ସ୍ରଷ୍ଠା । ୧୯୩୬ ମସିହା ଅକ୍ଟୋବର ମାସ ୮ ତାରିଖରେ ହିନ୍ଦୀ ସାହିତ୍ୟ ଜଗତର ସ୍ରଷ୍ଟାଙ୍କ ଜୀବନ ଦୀପ ଲିଭିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.