ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟ ଡିଟେଲ୍ସ, ଜାଣନ୍ତୁ କେବେ ଆଉ କେତେବେଳେ ଉଠାଯାଇଛି ଟଙ୍କା

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏଫଆଇଆର ରୁଜୁ ହେବା ପରେ ଯାଞ୍ଚ ପାଇଁ ମୁମ୍ବାଇ ପହଁଚିଥିଲା ବିହାର ପୋଲିସ। ଏକ ଟିମ୍‌ ସୁଶାନ୍ତ ସିଂହ ରାଜପୁତଙ୍କ ଡାକ୍ତର କେସରୀ ଚାଓ୍ଵଡାଙ୍କ ମଧ୍ୟ ବୟାନ ନେଇଛନ୍ତି। ଡାକ୍ତରଙ୍କ ମୁତାବକ ନଭେମ୍ବର ୨୦୧୯ ଠାରୁ ସେ ସୁଶାନ୍ତଙ୍କ ଚିକିତ୍ସା କରୁଥିଲେ। ଡାକ୍ତର ପୋଲିସକୁ ଜଣାଇଥିଲେ ଯେ ଫେବୃୟାରୀର ଶେଷ ସପ୍ତାହ ଠାରୁ ନା ସେ ନିୟମିତ ଭାବରେ ମେଡିସିନ୍‌ ଖାଉଥିଲେ ନା ତାଙ୍କ ପରାମର୍ଶକୁ ମାନୁଥିଲେ। ସେହିପରି ବିହାର ପୋଲିସ ବ୍ୟାଙ୍କରୁ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଡିଟେଲ୍ସର ବିବରଣୀ ହାସଲ କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କେବେ, ଆଉ କେତେବେଳେ କେତେ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଯାଇଛି।

ବିହାର ପୋଲିସ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି ଯେ ଏହି ଆକାଉଣ୍ଟରେ ନମିନୀରେ ତାଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ନାମ ରହିଛି। ଏହାସହିତ ଏହା ମଧ୍ୟ ଜଣାପଡିଛି ଯେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କର ମଧ୍ୟ ଫ୍ଲାଇଟସ୍‌ ଏବଂ ହୋଟେଲ୍ସର ମହଙ୍ଗା ଖର୍ଚ୍ଚ ସୁଶାନ୍ତ ସିଂହ ହିଁ ଉଠାଉଥିଲେ। ତେବେ ଆପଣ ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲ୍ସ ଉପରେ ଥରେ ପକାନ୍ତୁ ନଜର।

bank୧୨.୧୦.୧୯ – ଭିଭିଡ୍ରେଜକୁ ୭୨,୦୦୦ ଟଙ୍କା ପେମେଣ୍ଟ
୧୪.୧୦.୧୯ – ସୌଭିକ ଚକ୍ରବର୍ତ୍ତୀଙ୍କ ଫ୍ଲାଇଟ୍‌ ଖର୍ଚ୍ଚ ୮୧,୦୦୦ ଟଙ୍କା
୧୫.୧୦.୧୯ – ସୌଭିକ ଚକ୍ରବର୍ତ୍ତୀଙ୍କ ହୋଟେଲ ଖର୍ଚ୍ଚ ୮୧,୦୦୦ ଟଙ୍କା
୧୫.୧୦.୧୯ – ଦିଲ୍ଲୀରେ ହୋଟେଲର ପେମେଣ୍ଟ ୪,୩୪,୦୦୦ ଟଙ୍କା
୨୬.୧୧.୧୯ – ନ୍ୟୁ ଟର୍ମ ଡିପୋଜିଟ୍‌ ୨୦,୦୦୦,୦୦୦ ଟଙ୍କା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଫଆଇଆରରେ ଏହା ମଧ୍ୟ ଆରୋପ ଲଗାଯାଇଛି ଯେ ଯେତେବେଳେ ସୁଶାନ୍ତଙ୍କ ବାପା ତାଙ୍କ ପୁଅର ବ୍ୟାଙ୍କ ରେକର୍ଡ ଚେକ୍‌ କଲେ ଯେ ଗୋଟେ ବର୍ଷ ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁଥିରେ ୧୫ କୋଟି ଟଙ୍କା ଏମିତି ଖାତାକୁ ଟ୍ରାନ୍ସଫର କରାଯାଇଥିଲା ଯେ ଯାହାସହିତ ସୁଶାନ୍ତଙ୍କ କୌଣସି ଲେନାଦେନା ନଥିଲା। ସୁଶାନ୍ତଙ୍କ ବାପାଙ୍କ କହିବା ମୁତାବକ ରିୟାଙ୍କର ସବୁ ବ୍ୟାଙ୍କ ଆକାଉଣ୍ଟସ୍‌ ଯାଞ୍ଚ ହେବା ଦରକାର। ଯାହାଦ୍ୱାରା ଏହା ଜଣାପଡିବ ଯେ ରିୟା ସେହି ଟଙ୍କାରୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଆଉ କେମିତି ବ୍ୟବହାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.