ଭାରତରେ Nokia ଲଞ୍ଚ କଲା ୬୫ ଇଞ୍ଚର ସ୍ମାର୍ଟଟିଭି, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଟେକ କମ୍ପାନୀ ନୋକିଆ ନିଜର ୬୫ ଇଞ୍ଚ ସ୍ମାର୍ଟ ଟିଭି ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟ ଟିଭିରେ ଦମଦାର ଡିସପ୍ଲେ ସହିତ ଆଣ୍ଡ୍ରଏଡ ୧୦ ରହିଛି। ଏହାଛଡା ଏହି ସ୍ମାର୍ଟ ଟିଭିରେ ଶାନଦାର ସ୍ପିକରର ସପୋର୍ଟ ରହିଛି। ଏହାପୂର୍ବରୁ ନୋକିଆ ଅନେକ ଟିଭି ଲଞ୍ଚ କରିସାରିଛି, ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି।

ନୋକିଆର ଏହି ସ୍ମାର୍ଟ ଟିଭିର ମୂଲ୍ୟ ୬୪,୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟ ଟିଭିର ବିକ୍ରି ୬ ଅଗଷ୍ଟରୁ କମ୍ପାନୀର ଅଧିକାରକ ସାଇଟ ଏବଂ ଇ- କମର୍ସ ସାଇଟ ଫ୍ଲିପକାର୍ଟରେ ଆରମ୍ଭ ହେବ। ଏହି ଟିଭିକୁ ଗ୍ରାହକ standard chartered ବ୍ୟାଙ୍କ କ୍ରେଡିଟ କାର୍ଡରେ କିଣିଲେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ। ଏହାଛଡା ଏହି ଟିଭିକୁ ନୋ କଷ୍ଟ ଇଏମଆଇ ଅପସନ ସହିତ କିଣିପାରିବେ।

nokia

ନୋକିଆର ଏହି ଟିଭିରେ ୬୫ ଇଞ୍ଚର ଡିସପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ2840×2160 ପିକ୍ସେଲ ରହିଛି। ଏହାସହିତ ଟିଭିରେ ଇନ ବିଲ୍ଟ କ୍ରୋମ କାଷ୍ଟ, ଗୁଗଲ ପ୍ଲେ ଷ୍ଟୋର, ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ ରହିଛି। ଏହଛଡା ୟୁଜର୍ସ ଟିଭିରେ ବ୍ଲୁଟୁଥ ଭର୍ସନ ୫.୦, ଓ୍ଵାଇଫାଇ, ଜିପିଏସ୍‌, ଏଥରନେଟ ପୋର୍ଟ ଏବଂ ଏସୟୁବି ୩.୦ ଭଳି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.