Below header

ମୋଦି କେମିତି କରିଥାନ୍ତି ନିଜ କ୍ରୋଧକୁ ନିୟନ୍ତ୍ରଣ ? ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ସ ଆପଣଙ୍କ ଜୀବନକୁ କରିଦେବ କୁଲ୍

ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ କେହି ମେଡିଟେସନ୍ କରେ ତ କେହି କରିଥାଏ ଯୋଗ । କ୍ରୋଧ ନା କେବଳ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ବରଂ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁର୍ବଳ କରିଦେଇଥାଏ । ବ୍ୟକ୍ତିର ସ୍ବଭାବର ଏକ ଅଂଶ ମଧ୍ୟ କ୍ରୋଧ । ଅନ୍ୟ ଇମୋସନ୍ ସହ କ୍ରୋଧକୁ ମଧ୍ୟ ଜୀବନର ଅନେକ ମୋଡରେ ଅନୁଭବ କରିଥାଏ ଜଣେ ବ୍ୟକ୍ତି । ତେବେ ଆମ ଭିତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ନିଜ ଭାବନାକୁ ନିଜଠାରୁ ଅନେକ ଦୂରରେ ରଖିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ସେ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

akshay kumar modi_interviewନିକଟରେ ଅକ୍ଷୟ କୁମାରଙ୍କ ସହ ହୋଇଥିବା ସାକ୍ଷାତକାରେ ଏନେଇ ଖୁଲାସା କରିଛନ୍ତି ମୋଦି । ଚପରାସୀଠୁ ଆରମ୍ଭ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ କାହା ଉପରେ ବି କ୍ରୋଧ ପ୍ରକାଶ କରିନଥାନ୍ତି । ଯେତେବେଳେ ବି ତାଙ୍କୁ ରାଗ ଲାଗିଥାଏ ସେତେବେଳେ ସେ ଏହାକୁ ନିଜ ଭିତରେ ଚାପି ରଖିବାକୁ ଚେଷ୍ଟା କରିଥାନ୍ତି । ଯଦି କୌଣସି ବୈଠକରେ ନିଜ କ୍ରୋଧକୁ ପ୍ରକାଶ କରିଦେବେ ତେବେ ମୁ୍ଖ୍ୟ ପ୍ରସଙ୍ଗରୁ ସମସ୍ତଙ୍କ ନଜର ହଟିଯିବ ।

ତେବେ ରାଗ ଲାଗିବା ସମୟରେ ନିଜ ମନ ଉପରେ କିପରି ନିୟନ୍ତ୍ରଣ କରନ୍ତି ଏହାର ମଧ୍ୟ ଅତ୍ୟନ୍ତ ଚମତ୍କାର ଉତ୍ତର ଦେଇଛନ୍ତି ମୋଦି । ଯଦି ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ତାଙ୍କ ମନକୁ ଖୁବ୍ ବିଚଳିତ କରିଦିଏ ତେବେ ସେ ଘଟଣାକୁ ଏକ କାଗଜରେ ବର୍ଣ୍ଣନା କରି ଲେଖି ଦିଅନ୍ତି । ଏହି ସମୟରେ ନିଜ ସହ ହୋଇଥିବା ସେହି ଘଟଣାକୁ ପୁଣି ଥରେ ଜୀବିତ କରିଥାନ୍ତି ମୋଦି । ୨-୩ ଥର ଏପରି କରି ନପଢି ସେହି କାଗଜକୁ ଚିରି ଫିଙ୍ଗି ଦିଅନ୍ତି । ଏପରି କରିବା ଦ୍ବାରା ତାଙ୍କ ମନ ଭିତରେ ଚାଲୁଥିବା ସମସ୍ତ ଭାବନାକୁ ସେହି କାଗଜରେ ବାହାରି ଆସିଥାଏ । ଏବଂ କିଛି କ୍ଷଣ ପରେ ତାଙ୍କୁ ଅନୁଭବ ହେଉଥିଲା ଯେ ତାଙ୍କ ଭାବନା ତାଙ୍କ ନିଜ ପାଇଁ ଆଘାତ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.