ଚାଣକ୍ୟ ନୀତି : ପତ୍ନୀ ଓ ପୁତ୍ର ସାମ୍ନାରେ ଭୁଲରେ ବି କରନ୍ତୁ ନାହିଁ ଏପରି କଥା, ପଡ଼ିବ ଖରାପ ପ୍ରଭାବ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ ।

ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି କିଛି କଥା କହିଛନ୍ତି ଯାହାକୁ ବ୍ୟକ୍ତି କେବେ ବି ନିଜ ପୁଅ ଓ ପତ୍ନୀଙ୍କ ଆଗରେ କହିବା କଥା ନୁହେଁ । ଚାଣକ୍ୟଙ୍କ ମତରେ ଶବ୍ଦର ମାଡ଼ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଏଥିପାଇଁ ନିଜର ପତ୍ନୀ ଓ ପିଲାଙ୍କ ଆଗରେ କିଛି କହିବା ବେଳେ ଭାବି ଚିନ୍ତି କଥା ହୁଅନ୍ତୁ । ଏହି ସବୁ କଥା ପିଲା ଓ ପତ୍ନୀଙ୍କ ଆଗରେ କେବେ ବି କୁହନ୍ତୁ ନାହିଁ ।
ଖରାପ ଆଚରଣ : ଚାଣକ୍ୟଙ୍କ ମତରେ ପିଲାଙ୍କ ଉପରେ ଭାଷା ଓ କଥା ସବୁଠୁ ଅଧିକ ପ୍ରଭାବ ପଡ଼ିଥାଏ । ତେଣୁ ମାତା ପିତା ନିଜ ପିଲାଙ୍କ ଆଗରେ କଥା ହେଲା ବେଳେ ଅଧିକ ଧ୍ୟାନ ଦେବା କଥା । କେବେ ବି ଭୂଲ ଓ ମର୍ଯ୍ୟାଦାହିନ ଭାଷା ପ୍ରୟୋଗ କରନ୍ତୁ ନାହିଁ । ଏହା ପିଲାର ଜୀବନରେ ପ୍ରଭାବ ପକାଇଥାଏ ।

ଦେହକୁ ଲାଗିବା ପରି କଥା : ଚାଣକ୍ୟ କୁହନ୍ତି ଯେ କେବେ ବି ଆପଣଙ୍କ ପତ୍ନୀଙ୍କୁ ଏପରି କଥା କୁହନ୍ତୁ ନାହିଁ ଯାହା ତାଙ୍କ ହୃଦୟକୁ ବାଧିବ । କାରଣ ପତ୍ନୀଙ୍କ ଆଗରେ ଏପରି କଥା ହେଲେ ତାହା ତାଙ୍କ ଆତ୍ମ ବିଶ୍ୱାସକୁ କମଜୋର କରିବ । ଏହାହିଁ ଘରେ କଳହର ମୂଳ କାରଣ ହୋଇଥାଏ । ତେଣୁ ଆପଣଙ୍କ ସମ୍ପର୍କକୁ ଚାପ ମୁକ୍ତ ରଖିବା ପାଇଁ ସର୍ବଦା ପତ୍ନୀଙ୍କ ସହ ପ୍ରେମ ପୂର୍ଣ୍ଣ ବାର୍ତ୍ତା କରନ୍ତୁ ।

ଅନୁଶାସନହୀନତା : ଯଦି ଆପଣ ଘରେ ସର୍ବଦା ଖୁସୀମୟ ମାହୋଲ ରଖିବାକୁ ଚାହୁଁଛନ୍ତି ତେବେ ଅନୁଶାସନକୁ ଜରୁର ପ୍ରୟୋଗ କରନ୍ତୁ । ଏହାଛଡ଼ା ବ୍ୟକ୍ତିକୁ ସର୍ବଦା ପରିବାର ସହ ବିନମ୍ରତା ସହ କଥା ହେବା ଉଚିତ୍‌ । ଏହାଦ୍ୱାରା ଘରେ ଖୁସୀ ମାହୋଲ ବଜାୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.