ଚାଣକ୍ୟ ନୀତି : ଏହି ଲୋକଙ୍କୁ କେବେ ବି କୁହନ୍ତୁନି ଅପଶବ୍ଦ, ସାରା ଜୀବନ କରିବାକୁ ପଡିପାରେ ପଶ୍ଚାତାପ

ଚାଣକ୍ୟଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହାର ପ୍ରାସଙ୍ଗିକତା ଏବେ ରହିଛି |

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଜୀବନରେ କେବେ ବି ଏହି ଦୁଇ ଲୋକଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ କାରଣ ଏହାଦ୍ୱାରା କେବଳ ଅଭିଶାପ ମିଳିଥାଏ | ଏହି ଦୁଇ ଲୋକ ହେଉଛନ୍ତି ପିତା ମାତା | ନିଜ ଭାଷାର ଶକ୍ତି କେବେ ବି ପିତା-ମାତାଙ୍କ ପାଖରେ ଦେଖନ୍ତୁ ନାହିଁ | ଯେଉଁମାନେ ତୁମକୁ କଥା କହିବା ଶିଖାଇଛନ୍ତି |

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କଥା କହିବା ବେଳେ ସର୍ବଦା ଧ୍ୟାନ ରଖିବା ଉଚିତ ଯେ ଆପଣ କାହା ଆଗରେ କଣ କହୁଛନ୍ତି | କଥା ବହୁତ ଶକ୍ତିଶାଳୀ ହୋଇଥାଏ | ଲୋକ ସର୍ବଦା ବିନା ଚିନ୍ତା କରି ବହୁତ କିଛି କହି ଦେଇଥାନ୍ତି ଓ ପରେ ପସତାଇଥାନ୍ତି | ଯେମିତି ଧନୁରୁ ତୀର ବାହାରିଗଲେ ଆଉ ଫେରେନାହିଁ | ସେହିପରି ମୁହଁରୁ ଥରେ ଶବ୍ଦ ବାହାରିଗଲେ ଆଉ ତାକୁ ଫେରାଇ ହୁଏନା | ତେଣୁ କହିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ ଯେ ସାମ୍ନା ଵାଲା କିଏ ବୋଲି |

ଚାଣକ୍ୟ ତାଙ୍କ ଉପଦେଶରେ କହିଛନ୍ତି ଯେ ମନୁଷ୍ୟ ମାତା-ପିତାଙ୍କ ସହ କେବେ ବି ଖରାପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ | କ୍ରୋଧ ଯୋଗୁ ଅନ୍ଧ ହୋଇ ମନୁଷ୍ୟ ଦୁର୍ଭାଗ୍ୟକୁ ଡାକି ଆଣିଥାଏ | ରାଗ ଶାନ୍ତ ହୋଇଗଲେ କେବଳ ପଶ୍ଚାତାପ ହୋଇଥାଏ | କୁହାଯାଏ ସେହି ବ୍ୟକ୍ତି ପାପର ଶିକାର ହୋଇଥାଏ | ତେଣୁ ଚାଣକ୍ୟ କହିଛନ୍ତି କି କେବେ ବି ପିତା-ମାତାଙ୍କ ସହ ଏପରି ବ୍ୟବହାର କରନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.