Below header

ଶାଶୁ ଘରେ ନୂଆ ବୋହୂକୁ ଏମିତି କଲେ ସ୍ୱାଗତ, ଲୋକେ କହିଲେ ଇଏ ବୋହୂର ଏଣ୍ଟ୍ରି ନା ଅଣ୍ଡରଟେକରର!

ସୋସିଆଲ ମିଡିଆରେ ଏକ କନ୍ୟାର ଦମଦାର ଏଣ୍ଟ୍ରି ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ କନ୍ୟାର ଏଣ୍ଟ୍ରି ଆତସବାଜି ସହ ହେଉଛି। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ କନ୍ୟାର ଏଣ୍ଟ୍ରିକୁ WWE ଷ୍ଟାରଙ୍କ ଏଣ୍ଟ୍ରି ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓକୁ ଟ୍ୱିଟର ୟୁଜର @gostudyiqraa ମେ ୬ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଏହା ସବୁ ଝିଅଙ୍କ ସ୍ୱପ୍ନ ହୋଇଥାଏ। ଏହି ୪୨ ସେକେଣ୍ଡର କ୍ଲିପରେ ଦେଖାଯାଇଛି ଯେ ଏକ ପରିବାର ନୂଆ ବୋହୂକୁ ବାଣ, ରୋଷଣୀ ସହ କରୁଛି। ବୋହୂକୁ ସ୍ୱାଗତ କରିବାକୁ ଏତେ ବାଣ ଫୁଟାଯାଇଛି ଯେ ସବୁ ଆଡ଼ ଆଲୋକିତ ହୋଇଯାଇଛି।

ଏହି ଭିଡିଓରେ ଲୋକମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ଲେଖିଛନ୍ତି ଏହା ବୋହୂର ଏଣ୍ଟ୍ରି ନା ଅଣ୍ଡରଟେକରର। ସେହିପରି ଆଉ କିଛି ୟୁଜର ଏହାକୁ ପରିବେଶ ପାଇଁ ହାନିକାରକ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.