ରାଜ୍ୟରେ ଟିକାର ଅଭାବ: ସିଙ୍ଗଲ ଡୋଜ୍ ସ୍ପୁଟନିକ୍ ଲାଇଟକୁ ବିକଳ୍ପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରେ ଓଡ଼ିଶା
କୋଭାକ୍ସିନ୍ ଓ କୋଭିସିଲଡ ମିଳିବାରେ ସମସ୍ୟା

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ । ବିଭିନ୍ନ ଟିକାନ୍ଦ୍ରେରେ ଟିକା ନଥିବା ସମସ୍ୟା ଉପୁଜୁଛି। କୋଭାକ୍ସିନ୍ ଓ କୋଭିସିଲଡ ମିଳିବାରେ ସମସ୍ୟା ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସ୍ପୁଟନିକ୍-ଭି ଓ ସ୍ପୁଟନିକ୍ ଲାଇଟକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଡକ୍ଟର ରେଡ୍ଡୀ ଲ୍ୟାବରେ ପ୍ରସ୍ତୁତ ଋଷ ଟିକା ସ୍ପିଟନିକ୍-ଭି ଏପର୍ଯ୍ୟନ୍ତ ବିଶେଷ ଉତ୍ପାଦନ କରିବାକୁ ସକ୍ଷମ ହୋଇନାହିଁ ।
ଖୁବଶୀଘ୍ର ଅଧିକ ଟିକା ଉତ୍ପାଦନ ଆଶା ଥିବାରୁ ଓଡ଼ିଶା ଆଗୁଆ ପ୍ରସ୍ତୁତି କରିବା ସହ କେନ୍ଦ୍ର ଜରିଆରେ ସ୍ପୁଟନିକ୍ କିଣିବାକୁ ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି । ସ୍ପୁଟନିକ୍-ଭି ଦୁଇଟି ଡୋଜ୍ ୨୧ ଦିନ ମଧ୍ୟରେ ଦିଆଯିବ । ହେଲେ ସ୍ପୁଟନିକ୍-ଲାଇଟ ଗୋଟିଏ ଡୋଜ୍ ମିଳିବ । ଭାରତରେ ଏହାର ମୂଲ୍ୟ ୭୫୦ ଟଙ୍କା ପଡିବ। ଋଷିଆରୁ ସ୍ପୁଟନିକ୍-ଭି ଟିକା ଆମଦାନୀ ପାଇଁ ଉଦ୍ୟମ କରୁଛନ୍ତି ଭାରତ ସରକାର । ସ୍ପୁଟନିକ୍ ଟିକାର ୮୦ ପ୍ରତିଶତ ପ୍ରତିରୋଧ କ୍ଷମତା ରହିଛି।