Below header

ଜୁନ୍ ପହିଲାରୁ ବନ୍ଦ ହୋଇଯିବ ଗୁଗଲର ମାଗଣା ସେବା, ଷ୍ଟୋରେଜ ପାଇଁ ଦେବାକୁ ହେବ ମୋଟା ଅଙ୍କ

ସାରା ବିଶ୍ୱରେ ଫଟୋ ଓ ଭିଡିଓ ଷ୍ଟୋରେଜ ପାଇଁ ମାଗଣାରେ ସେବା ଯୋଗାଉଥିବା ଗୁଗୁଲ ବହୁତ ଜଲଦି ଏସବୁ ସେବା ପାଇଁ ଟଙ୍କା ନେବ। ଜୁନ ୧ରୁ ଗୁଗୁଲ ଏହି ସେବା ପାଇଁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ। କମ୍ପାନୀ ଏହି ନିଷ୍ପତ୍ତି ବିଷୟରେ ପୂର୍ବରୁ ହିଁ ଘୋଷଣା କରିସାରିଛି।

ସୂଚନାଯୋଗ୍ୟ ଯେ ଗୁଗୁଲ ଫଟୋ ମାଗଣା କ୍ଲାଉଡ ଷ୍ଟୋରେଜ ସୁବିଧା ଯୋଗାଇ ଆସୁଛି। ମାତ୍ର ଏବେ ଏଥିପାଇଁ ୟୁଜରଙ୍କୁ କିଛି ଚାର୍ଜ ଦେବାକୁ ପଡିବ। ଜୁନ ୨୦୨୧ ରୁ ଏହି ମାଗଣା ସେବା ବନ୍ଦ ହୋଇଯିବ।

ପ୍ରକାଶ ଯେ ବର୍ତ୍ତମାନ ଗୁଗଲ ତରଫରୁ ଗ୍ରାହକଙ୍କୁ ଅନଲିମିଟେଡ ମାଗଣା ଷ୍ଟୋରେଜ ସୁବିଧା ଦିଆଯାଉଛି। ଯାହା ମାଧ୍ୟମରେ ଲୋକମାନେ ନିଜ ଫଟୋ, ଭିଡିଓ କିମ୍ବା ଅନ୍ୟ ଡକ୍ୟୁମେଣ୍ଟକୁ ଅନଲାଇନରେ ଷ୍ଟୋର କରି ପାରୁଥିଲେ ଓ ଇଣ୍ଟରନେଟ୍ ଜରିଆରେ ଆକସେସ କରିପାରୁଥିଲେ। ତେବେ ଗୁଗଲ ଗ୍ରାହକଙ୍କୁ ୧୫ ଜିବି ଯାଏଁ ଷ୍ଟୋର କରିବାକୁ ସୁବିଧା ଦେଉଛି। ତା ଠୁ ଅଧିକ ବ୍ୟବହାର କଲେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ପ୍ରତି ମାସରେ ୧.୯୯ ଡଲାର ବା ୧୪୬ ଟଙ୍କା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.