Below header

ଭାଇରାଲ ଭିଡିଓ: ଲାଇଭ ଇଣ୍ଟରଭିୟୁ ଦେଉଥିଲେ ମନ୍ତ୍ରୀ, ପଛ ପଟରୁ ପୁଅ କଲା ଆଟାକ

ଘରେ ରହି ଅନଲାଇନ ମିଟିଙ୍ଗ ଆଟେଣ୍ଡ କରିବା, ଅଫିସ କାମ କରିବା ଖୁବ କଠିନ । ଆଉ ଯଦି ଘରେ ଛୋଟ ପିଲା ଥିବେ ତ କଥା ସରିଲା । ଆପଣ ଯେତେ ଚେଷ୍ଟା କରି ମିଟିଙ୍ଗ ଆଟେଣ୍ଡ କରିବାକୁ ଚେଷ୍ଟା କଲେ କଣ ହେବ ପିଲା ମାନେ ବିଗାଡିବେ ହିଁ ବିଗାଡିବେ । ସେ ଯେତେ ଉପରିସ୍ଥ ଅଫିସର ହୁଅନ୍ତୁ ନା କାହିଁକି ଛୋଟ ପିଲାଙ୍କ ହରକତ ସାମ୍ନାରେ ସମସ୍ତେ ହାର ମାନନ୍ତି । ନ୍ୟୁଜିଲ୍ୟାଣ୍ଡର ଏକ ମନ୍ତ୍ରୀଙ୍କ ସହିତ ଏକ ଲାଇଭ ଈଂଟଭିୟୁ ସମୟରେ ଏମିତି କିଛି ଘଟିଯାଇଛି । ଏକ ଜରୁରୀ ମିଟିଙ୍ଗ ଚାଲିଥିବା ସମୟରେ ତାଙ୍କ ପୁଅ ପଛ ପଟରୁ ଆସି ଏମିତି ହରକତ କରିଥିଲାଯେ ଯାହାକୁ ଦେଖି ଲୋକେ ହସି ହସି ଗଡ଼ିଯାଇଥିଲେ । ଖାଲି ସେତିକି ନୁହେଁ ବିଭିନ୍ନ ସୋସିଆଲ ମିଡିଆରେ ବି ଏହି ଦୃଶ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ମନ୍ତ୍ରୀ ଜଣଙ୍କ ପୁଅର ଏପରି ହରକତରେ କିଛିଟା ଅସହଜ ମନେ କରିଥିଲେ ବି ପରେ କିନ୍ତୁ ଟ୍ୱିଟରରେ ଏହାକୁ ନିଜେ ସେୟାର କରିବା ସହ ଏହାକୁ ଏକ ମଜାଦାର ଅନୁଭୂତି ବୋଲି କହିଛନ୍ତି । ଆଉ ସବୁଠୁ ମଜାଦାର ହେଉଛି ଭିଡିଓଟିକୁ ଦେଖିଥିବା ଲୋକେ ନିଜ ନିଜ ବ୍ୟକ୍ତିଗତ ଜୀବନ ସହ ଏହାକୁ ଯୋଡି ଦେଖୁଛନ୍ତି ।

 

ଖବରରୁ ଜଣାଯାଇଛିକି ନ୍ୟୁଜିଲ୍ୟାଣ୍ଡର ସାମାଜିକ ବିକାଶ ମନ୍ତ୍ରୀ କାର୍ମିଳ ସେପୁଲୋନୀ ରେଡ଼ିଓ ସମୋଆକୁ ନିଜର ଏକ ଲାଇଭ ଇଣ୍ଟରଭିୟୁ ଦେଉଥିଲେ । ଏହି ସମୟରେ ତାଙ୍କ ସାନପୁଅ ପଛପଟରୁ ରୁମ ଭିତରକୁ ପଶି ଆସୁଛି ଆଉ ତାଙ୍କୁ ଏକ ଏକ ଗାଜର ଦେଖେଇ ଭୟବିତ୍ତ କରିବାକୁ ଚେଷ୍ଟା କରୁଛି । ଆଉ ଏହି ସମୟରେ ମନ୍ତ୍ରୀ ପୁଅକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ତଥାପି ମନ୍ତ୍ରୀ ପୁଅର ଗୋଟିଏବି କଥା ଶୁଣୁନାହାନ୍ତି ଆଉ ଏହି ଘଟଣାର ଭରପୁର ମଜା ନେଉଛନ୍ତି । କିନ୍ତୁ ପରେ ମନ୍ତ୍ରୀ ଜଣଙ୍କ କ୍ଷମା ମାଗିବା ସହ ପୁଅକୁ ରୁମରୁ ବାହାରି ଯିବା ପାଇଁ କହୁଛନ୍ତି । ଟ୍ୱିଟରରେ ନିଜେ ଏହାକୁ ସେୟାର କରିବା ସହ ନିଜ ଅନୁଭବକୁ କ୍ୟାପ୍ସନରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.