Googleରେ ବୁକ୍‌ କରି ପାରିବେ କୋଭିଡ୍‌ ଭ୍ୟାକ୍ସିନ୍‌ ସ୍ଲଟ୍‌, ସରକାର ଆରମ୍ଭ କଲେ ନୂଆ ଅଭିଯାନ, ଜାଣନ୍ତୁ

ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ୍‌ ଉପରେ ଜୋର୍‌ ଦିଆଯାଉଛି। ସରକାର ପ୍ରୟାସ କରୁଛନ୍ତି କି, ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ଭ୍ୟାକ୍ସିନ୍‌ ପହଞ୍ଚିପାରୁ। ଏଥିପାଇଁ କେତେକ ଆପ୍‌ ତଥା ବିକଳ୍ପ ମଧ୍ୟ ବାହାର କରାଯାଇଛି। ସେଠି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବେ ଲୋକଙ୍କ ସୁବିଧା ପାଇଁ ବହୁତ ଖାସ୍‌ ଅଭିଯାନ ଆରମ୍ଭ କରିଛନ୍ତି, ଯାହା ଅଧୀନରେ ଆପଣ Googleରେ ହିଁ କୋଭିଡ୍‌ ଭ୍ୟାକ୍ସିନ୍‌ ବିଷୟରେ ସର୍ଚ୍ଚ କରି ପାରିବେ। ସର୍ଚ୍ଚ କରିବା ସହିତ ଆପଣ ଭ୍ୟାକ୍ସିନ୍‌ ସ୍ଲଟ୍‌ ବି ବୁକ୍‌ କରି ପାରିବେ। ଏହି ପ୍ରକ୍ରିୟା ବହୁତ ସହଜ ତଥା ସୁବିଧାଜନକ ରହିଛି। କାହିଁକିନା, Googleର ବ୍ୟବହାର ସମସ୍ତେ କରି ଥାଆନ୍ତି। ଭ୍ୟାକ୍ସିନ୍‌ ସ୍ଲଟ୍‌ ବୁକ୍‌ କରିବା ପାଇଁ ଆପଣଙ୍କୁ ଅନ୍ୟ କୌଣସି ଆପ୍‌କୁ ଯିବାକୁ ପଡ଼ିବ ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ Googleରେ ଅଣାଯାଇଥିବା ଏହି ନୂଆ ଫିଚର ବିଷୟରେ ସୂଚନା ସେୟାର କରିଛନ୍ତି। ଏଥିସହିତ କହିଛନ୍ତି କି, ଏହାକୁ ଯେମିତି ଭାବେ ଉପଯୋଗ କରି ପାରିବେ। Googleକୁ ଯାଇ ‘covid vaccine near me’ ସର୍ଚ୍ଚ କରନ୍ତୁ। ଏହାପରେ ଆପଣଙ୍କୁ ନିକଟସ୍ଥ ଭ୍ୟାକ୍ସିନ୍‌ ସେଣ୍ଟର ଏବଂ ସେଠାରେ ଭ୍ୟାକ୍ସିନ୍‌ର ଉପଲବ୍ଧତା ବିଷୟରେ ସୂଚନା ମିଳିବ। ସ୍ଲଟ୍‌ ବୁକ୍‌ କରିବା ପାଇଁ ‘Book Appointment’ ଉପରେ କ୍ଲିକ୍‌ କରନ୍ତୁ। Google ସୂଚନା ଦେଇଛି କି, ଏ ପର୍ଯ୍ୟନ୍ତ ସାରା ଦେଶରେ ୧୩,୦୦୦ରୁ ଅଧିକ ଲୋକେସନ୍ସରେ ୟୁଜରଙ୍କ ଦ୍ୱାରା ସ୍ଲଟ୍‌ ବୁକ୍‌ କରାଯାଇ ସାରିଲାଣି।

ମିଳିବ ଭ୍ୟାକ୍ସିନ୍‌ ସେଣ୍ଟରର ଡିଟେଲ

Googleରେ ଆପଣଙ୍କୁ ଭ୍ୟାକ୍ସିନ୍‌ ସେଣ୍ଟର ବିଷୟରେ ସୂଚନା ମିଳିବ। ଏଠାରେ ମୋଟ ୧୩,୦୦୦ ଲୋକେସନ୍ସ ଦିଆଯାଇଛି, ଯେଉଁଥିରେ ଆପଣ ଭ୍ୟାକ୍ସିନ୍‌ ସ୍ଲଟ୍‌ର ଉପଲବ୍ଧତା ସହିତ ସ୍ଲଟ୍‌ ବୁକ୍‌ ବି କରି ପାରିବେ। ଏହାଛଡ଼ା ସେଣ୍ଟରରେ ଉପଲବ୍ଧ ଭ୍ୟାକ୍ସିନ୍‌, ଡୋଜ୍‌, ଭ୍ୟାକ୍ସିନ୍‌ର ଦାମ୍‌, ଫ୍ରି କି ପେଡ୍‌ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣ Google ଜରିଆରେ ପ୍ରାପ୍ତ କରି ପାରିବେ। କହି ରଖୁଛୁ, ଏହା ପୂର୍ବରୁ Google Maps ଏବଂ Assistantରେ ଏହି ସୁବିଧା ଆରମ୍ଭ କରାଯାଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.