Below header

୬ ଗର୍ଭବତୀ ମହିଳାଙ୍କୁ ନେଇ ବିବାହରେ ଯୋଗ ଦେଲେ ବ୍ୟକ୍ତି, କହିଲେ-‘ସବୁ ଛୁଆଙ୍କ ବାପା ମୁଁ’

ବିବାହରେ ନିଜ ୬ ଗର୍ଭବତୀ ପତ୍ନୀଙ୍କୁ ନେଇ ପହଞ୍ଚିଲେ ବ୍ୟକ୍ତି। ଆପଣ ଭାବୁଥିବେ ଆମେ ବୋଧେ ମନଗଢ଼ା କାହାଣୀ କହୁଛୁ। କିନ୍ତୁ ନା। ପ୍ରକୃତରେ ଏହା ସତ। ଏଭଳି କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ନାଇଜେରିଆରେ। ଏଠାକାର ପ୍ରୀଟୀ ମାଇକ ନାମକ ଜଣେ ବ୍ୟକ୍ତି ନିଜ ୬ ପତ୍ନୀଙ୍କ ସହ ସାଙ୍ଗର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସବୁଠୁ ମଜା କଥା ହେଉଛି ୬ ଜଣ ଯାକ ପତ୍ନୀ ସେହି ସମୟରେ ଗର୍ଭବତୀ ଥିଲେ।

ବିବାହ ଉତ୍ସବରେ ପହଞ୍ଚିବା ପରେ ପ୍ରୀଟୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ। ବିବାହରେ ବର କନ୍ୟାଙ୍କର ତୁଳନାରେ ଅଧିକ ଚର୍ଚ୍ଚାରେ ଥିଲେ ପ୍ରୀଟୀ ଓ ତାଙ୍କର ୬ ସୁନ୍ଦରୀ ସ୍ତ୍ରୀ। ପ୍ରୀଟୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ପ୍ରୀଟୀ ନିଜକୁ ସବୁ ଗର୍ଭବତୀ ମହିଳାଙ୍କ ହେବାକୁ ଥିବା ପିଲାର ବାପା ବୋଲି ପରିଚୟ ଦେଇଛନ୍ତି। ପ୍ରୀଟୀ ପାର୍ଟିର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେୟାର କରିଛନ୍ତି। ଫଟୋରେ ସେ ନିଜେ ପିଙ୍କ୍‌ କଲରର ସୁଟ୍‌ ପିନ୍ଧିଥିବା ବେଳେ ତାଙ୍କର ୬ ପତ୍ନୀ ସିଲଭର ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତ। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି‘ ଆମେ ସବୁ ଆମ ସୁନ୍ଦର ଜୀବନ ଜୀଉଁଛୁ। ଏହା କୌଣସି ଫିଲ୍ମ ଟ୍ରାକ୍‌ ନୁହେଁ’।

କିଛି ଲୋକ ପ୍ରୀଟୀଙ୍କ ଏହି ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ‘ଏହି ବ୍ୟକ୍ତି ବର କନ୍ୟାଙ୍କ ଦିନ ଖରାପ କରିଦେଲେ’। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ପ୍ରୀଟୀ ନିଜ ସହ ୬ ପତ୍ନୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ପହଞ୍ଚି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.