Below header

କିଏ ପିଜ୍ଜା ସହିତ ତ’ କିଏ ପୁଣି ପଥର ସହିତ କରିଛନ୍ତି ବିବାହ

ଭାରତୀୟ ପରମ୍ପରା ଅନୁସାରେ ବିବାହ ଦୁଇଟି ଶରୀରର ମିଳନ ହୋଇଥାଏ ଜନ୍ମ ଜନ୍ମର ବନ୍ଧନ ହୋଇଥାଏ । ଏମିତିରେ ଆପଣ ଦେଖି ଥିବେ ଦୁଇଟି ପୁରୁଷ ଏବଂ ଦୁଇଟି ମହିଳା ପରସ୍ପରକୁ ବିବାହ କରୁଥିବାର । ଏବଂ ଏମିତିବି ଶୁଣି ଥିବେ ଦୁଇରୁ ଅଧିକ ଜଣଙ୍କୁ ବିବାହ କରିବା ।

ଭାରତରେ ଅଜବ ଘଟଣା ଘଟିବାକୁ ଲାଗୁଛି । ଅନ୍ଧ ବିଶ୍ବାସ ପ୍ରଥା ନାଁରେ ହଉକି ନାହିଁ କିନ୍ତୁ କିଛି ମେଣ୍ଡା ସହିତ ମଧ୍ୟ ବିବାହ କରିଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଆଠାରୁ ଅଧିକ ଅଜବ ବିବାହ ବିଷୟରେ ଜଣାଇବୁ ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ ।

TraceyEmin

ଫ୍ରାନସର ଟ୍ରାସି ଆମିନ୍ ଏକ ପଥରକୁ ବିବାହ କରିଥିଲେ । ଟ୍ରାସି ଏକ ଆର୍ଟିଷ୍ଟ୍ ଏବଂ ସେ ଫାନସର ଏକ ପ୍ରାଚିନ ପଥରକୁ ବିବାହ କଲେ, ତାହା ପୁଣି ନିଜ ପିତାଙ୍କ ଅନ୍ତିମ ସଂସ୍କାର କରିବା ସମୟରେ ପିନ୍ଧି ଥିବା ଧଳା ଗାଉନ୍ ରେ । ଟ୍ରାସି ଏହି ପଥରଟିକୁ ପ୍ରୋକ୍ଟେସନ୍ ନଜରରେ ଦେଖୁଛନ୍ତି ।

ବିବାହ ପାଇଁ ଏକ ମହିଳା ଓ ପୁରୁଷ ରହିବା ଆବଶ୍ୟକ ହୋଇଥାଏ ଏବଂ କୌଣସି ଗମ୍ଭିର ମାମଲାରେ ଗୋଟେ ମହିଳା ଆଉ ଜଣେ ମହିଳାଙ୍କ ସହିତ କିମ୍ବା ଗୋଟେ ପୁରୁଷ ଆଉ ଏକ ପୁରୁଷଙ୍କୁ ବିବାହ କରିଥାନ୍ତି । କିନ୍ତୁ ଋୁଷିଆର ଜଣେ ବ୍ୟକ୍ତି ପିଜ୍ଜାକୁ ବିବାହ କରିଥିଲେ । ସୁଣିବାକୁ ମିଳେକି, ଅଧିକ ସମୟ ଯାଏ ଏକା ରହିବାରୁ ସେ ଖୁସି ନଥିଲେ ସେ ଠିକ୍ କଲେ ଏବଂ ପୁରା ରୀତିନୀତିରେ ସାଉଥ୍ ସେଣ୍ଟରାଲ୍ ଋୁଷିଆର ଏକ ପିଜ୍ଜା ସର୍ଟରରେ ବିବାହ କରିଥିଲେ ଗୋଟେ ପିଜ୍ଜା ସହିତ ।

ଲସ୍ ଏଞ୍ଜିଲିସରେ ରହୁଥିବା ୩୪ ବର୍ଷୀୟ ଆରୋନ୍ ସେରୱଙ୍କ୍ ନିଜର ସ୍ମାଟ୍ ଫୋନ୍ ସହିତ ବିବାହ କରିଥିଲେ । ୨୦୧୬ରେ କଳା ରଙ୍ଗର ଆଇଫୋନ୍ ଆରୋନଙ୍କର ଜୀବନ ସାଥୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.