ମନ୍ କି ବାତ୍ରେ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ : ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ମୋଦି କହିଛନ୍ତି, ୧୬ ଅଗଷ୍ଟରେ ଯେତେବେଳେ ବାଜପେୟୀଙ୍କ ଦେହାନ୍ତ ଖବର ଜଣାପଡ଼ିଲା, ସେତେବେଳେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ବାଜପେୟୀ ଜଣେ ଏମିତି ରାଷ୍ଟ୍ର ନେତା, ଯିଏ ୧୪ ବର୍ଷ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ । ୧୦ ବର୍ଷ ହେବ ସେ ଲୋକଙ୍କ ସାମ୍ନାକୁ ଆସିନଥିଲେ । ହେଲେ ଦେହାନ୍ତ ଖବର ଆସିବେ ପରେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ବାଜପେୟୀ ରାଜନୀତିର ସଂସ୍କୃତି ପରିବର୍ତ୍ତନ କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ମୋଦି ମନ୍ କି ବାତ୍ରେ କେରଳ ବନ୍ୟା କଥା କହିଛନ୍ତି । ପ୍ରଳୟଙ୍କରୀ ବନ୍ୟାରେ ଉଦ୍ଧାର କାର୍ଯ୍ୟ ପାଇଁ ଯବାନଙ୍କୁ ହିରୋ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏନ୍ଡିଆରଏଫ୍ ଟିମ୍କୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ବନ୍ୟାରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଏମାନେ ଅନେକ କଷ୍ଟ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମନ୍ କି ବାତ୍ ଆରମ୍ଭରୁ ପ୍ରଧାନମନ୍ତ୍ରୀ ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଥିଲେ ।