Below header

ଏବେ ସୌର ଶକ୍ତି ପାଇବା ପାଇଁ ଆବଶ୍ୟକ ପଡିବ ନାହିଁ ଖରା, ଏମିତି କାମ କରିବ ସୋଲାର ପ୍ଲାଣ୍ଟ

ଗୋରଖପୁର : ଏବେ ସୌର ଶକ୍ତି ପାଇବା ପାଇଁ ଟାଣ ଖରାର ଆବଶ୍ୟକ ନାହିଁ । କିମ୍ବା ସୂର୍ଯ୍ୟଙ୍କୁ ବାଦଲ ଉହାଡରୁ ଆସିବାକୁ ଆଉ ବାଧ୍ୟ ନୁହଁନ୍ତି । ସୂର୍ଯ୍ୟଙ୍କର ଗରମ ବା ହିଟକୁ ଶକ୍ତିରେ ବଦଳାଇ ବ୍ୟବହାର କରାଯାଇ ପାରିବ । ଏହାକୁ ସମ୍ଭବ କରିଛନ୍ତି ମଦନ ମୋହନ ମାଲବ୍ୟ ପ୍ରାଦ୍ୟେଗିକ ବିଶ୍ୱବିଦ୍ୟାଳୟର ସହକାରୀ ଶିକ୍ଷକ ଡାକ୍ତର ପ୍ରଶାନ୍ତ ସୈନୀଙ୍କ ସୋଲାର ପ୍ଲାଣ୍ଟରେ ।

ଯେଉଁଠି ବାଦଲ ପଛରେ ଲୁଚିଥିବା ସୂର୍ଯ୍ୟଙ୍କ ଠାରୁ ଶକ୍ତି ପ୍ରାପ୍ତ କରିବାର କ୍ଷମତା ରହିଛି । ଏହି ପ୍ଲାଣ୍ଟ ୧୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଗରମକୁ ସୌର ଶକ୍ତିରେ ପରିବର୍ତ୍ତନ କରିଦେବ । ଅର୍ଥାତ ଏହି ସୋଲାର ପ୍ଲାଣ୍ଟକୁ ଏମିତି ଯାଗାରେ କରାଯାଇ ପାରିବ, ଯେଉଁଠି ପୁରା ଦିନ ସାରା ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ ।

କମ୍ବାଇଣ୍ଡ କୁଲିଙ୍ଗ,ହିଟିଙ୍ଗ, ପାଓ୍ଵାର ଆଣ୍ଡ ଡିସେଲିନେଶନ ନାମରେ ଏହି ପ୍ଲାଣ୍ଟରେ ସୋଲାର ପ୍ଲାଣ୍ଟର ଆବଶ୍ୟକ ହେବ ନାହିଁ । ଥର୍ମାଲ ଅଏଲ ପୂର୍ଣ୍ଣ ଇନକ୍ୟୁବେଟେଡ ଟ୍ୟୁବ୍‌ରେ ତିଆରି ସୋଲାର କଲେକ୍ଟର ସୌର ଶକ୍ତିକୁ ଏକତ୍ରୀତ କରିବ । ସୌର ଶକ୍ତି ଉତ୍ପନ୍ନ କରିବାକୁ ଏହି ନୂଆ ଟେକନୋଲୋଜି ଜରିଆରେ ଡା. ପ୍ରଶାନ୍ତ ଏହି ସୋଲାର ପ୍ଲାଣ୍ଟ ତିଆରି କରିଛନ୍ତି । ଯାହାକୁ ବ୍ୟବହାର କରି ବଲବ ଜଳାଇବା, ଏସି ଚଳାଇବା, ଓ୍ଵାଟର ପ୍ୟୁରିଫାଏର ଚଳାଇବା ଭଳି କାର୍ଯ୍ୟ କରିପାରିବେ ।

ଏହି ପ୍ଲାଣ୍ଟରେ ବିଜୁଳି ତିଆରି ପାଇଁ ପ୍ରତି ୟୁନିଟ ପିଛା ୮ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଏଥିରେ କୌଣସି ପ୍ରକାର ବ୍ୟାଟେରୀର ପ୍ରୟୋଗ ହେବ ନାହିଁ । ଏହି ପ୍ଲାଣ୍ଟ ପରିବେଶ ପାଇଁ ବେଶ ଅନୁକୂଳ ହେବ । ଏଥିରେ ବ୍ୟାଟେରୀ କଚଡା ମଧ୍ୟ ସୃଷ୍ଟି ହେବ ନାହିଁ । ଏହି ପ୍ଲାଣ୍ଟ ପରିବେଶ ସଂରକ୍ଷଣ ଦିଗରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.