ଦେଶରେ କେତେ ଶାକାହାରୀ କେତେ ମାଂସାହାରୀ ଜାଣନ୍ତୁ ସଂଖ୍ୟା ….

ଆଜିକାଲି ରେଷ୍ଟରାଣ୍ଟ ହୋଟେଲ ଷ୍ଟ୍ରିଟ, ସବୁଠୁ ଯେମିତି ନନଭେଜ ଭିଡ । ପାଟିରେ ଆମିଷ ନ ବାଜିଲେ ଦିନ ଗଣିବାରେ ନାଗୁଛନ୍ତି ଆଜିର ପିଢୀ । ଖାଦ୍ୟ କିଛି ବି ଟେଷ୍ଟ ଲାଗୁନି । ଆଉ ସେହିଥିପାଇଁ ପୂର୍ବରୁ ଏକ ଗଣନା କରାଯାଇଚି । ରାଷ୍ଟ୍ରିୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ଲାଟେଷ୍ଟ ସଂଖ୍ୟାରେ କୁହାଯାଇଛି କି ଭାରତରେ ପ୍ରତି ତିନି ଜଣରେ ଦୁଇଜଣ ମାସ ହାରୀ ଅର୍ଥାତ ନନଭେଜିଟେରିଆନ । ଯଦେିା ପୁରା ଦେଶରେ ଏହାର ସମାନତା ନରହିପାରେ କିିନ୍ତୁ ରାଜ୍ୟରେ ସଂଖ୍ୟା ଉପରେ ନଜର ପକାଇବେ ତ ଉତ୍ତର ଭାରତ ଓ ମଧ୍ୟ ଭାରତରେ ବ୍ୟାପକ ସ୍ଥାନରେ ଶାକାହାରୀ ରହିଛନ୍ତି । ମାସାହାରୀଙ୍କ କଥା କହିବା ତ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ । ୨୩ପ୍ରତିଶତ ମହିଳା କେବେ ବି ଚିକେନ,ମଟନ ଅଥବା ମାଛ ଖାଆନ୍ତି ନାହିଁ । ସେଇଠି ପୁରୁଷଙ୍କ ମଧ୍ୟରେ ସଂଖ୍ୟା ପାଖାପାଖି ୧୫ପ୍ରତିଶତ । ଅର୍ଥାତ ପ୍ରତି ୪ଜଣରେ ୩ଜଣ ମହିଳା ଓ ପ୍ରତି ୬ରେ ୫ପୁରୁଷ ମାସାହାରୀ ।

ଉତ୍ତର ଓ ମଧ୍ୟ ଭାରତ କଥା କହିବା ତ ପଞ୍ଜାବ, ହରିୟାଣା, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଦ୍ୟପ୍ରଦେଶ ଓ ଛତିଶଗଡରେ ୫୦.୭ପ୍ରତିଶତ ମହିଳା ଓ ପାଖାପାଖି ୩୩ପ୍ରତିଶତ ପୁରୁଷ ନନଭେଜ ଖାଆନ୍ତି ନାହିଁ । ଉତ୍ତର ଓ ମଧ୍ୟ ଭାରତରେ ପୁରା ଜନସଂଖ୍ୟା ମଧ୍ୟରେ ଶାକାହାରୀ ଲୋକଙ୍କ ସଂଖ୍ୟା ରାଷ୍ଟ୍ରିୟ ଔସତରୁ ଦୁଇଗୁଣା । ସବୁଠୁ ବେଶୀ ଶାକାହାରୀ ମାନେ ୮୦ପ୍ରତିଶତ ମହିଳା ଓ ୫୬ପ୍ରତିଶତ ପୁରୁଷ ହରିୟାଣାରୁ ଅଟନ୍ତି ।

ସଂଖ୍ୟା ମୁତାବିକ ଭେଜିଟେରିଆନ୍ସରେ ହରିୟାଣା ପରେ ରାଜସ୍ଥାନ ଓ ପଞ୍ଜାବର ନମ୍ବର ଆସିଥାଏ । ସେହି କ୍ରମରେ ପୁର୍ବ ଓ ଦକ୍ଷିଣ ଭାରତ କଥା ଯଦି କହିବା ଏଠାରେ ସବୁଠୁ କମ ଶାକାହାରୀ ଅର୍ଥାତ ସବୁଠୁ ବେଶୀ ମାସାହାରୀ ଲୋକ ରହିଛନ୍ତି । ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ ସିକିମରେ ପାଖାପାଖି ୯୯ପ୍ରତିଶତ ଲୋକେ ମାଶାହାରୀ ଅଟନ୍ତି । ଏହି ରାଜ୍ୟ ଗୁଡିକରେ କେବଳ ୧.୬ପ୍ରତିଶତ ମହିଳା ଓ ୧.୩ପ୍ରତିଶତ ପୁରୁଷ ଶାକାହାରୀ ଅଟନ୍ତି ।

ପୂର୍ବୀ ରାଜ୍ୟ ଗୁଡିକରେ ମାନେ ପଶ୍ଚିମବଙ୍ଗ, ଝାରଖଣ୍ଡ, ଓଡିଶା ଓ ବିହାର କଥା କହିବା ତେବେ ପାଖାପାଖି ୧୦ପ୍ରତିଶତ ଲୋକେ ମଟନ, ଚିକେନ କିମ୍ବା ମାଛ ଖାଆନ୍ତି ନାହିଁ । ବାକି ୯୦ପ୍ରତିଶତ ଏଠାରେ ମାଶାହାରୀ । ପଶ୍ଚିମ ଭାରତରେ ଶାକାହାରୀଙ୍କ ସଂଖ୍ୟା ରାଷ୍ଟ୍ରୀୟ ଅସତଠୁ ଅଧିକ ଅଟେ । ଏଥିରୁ ସବୁଠୁ ବେଶୀ ଗୁଜୁରାଟର । ଗୁଜୁରାଟ ଭାରତରେ ଚତୁର୍ଥରେ ରହିଛି ଯାହାକୁ ଶାକାହାରୀ ପ୍ରଦେଶ କୁହାଯିବ । ଗୁଜୁରାଟରେ ପାଖାପାଖି ୬୧ପ୍ରତିଶତ ମହିଳା ଓ ୫୦ପ୍ରତିଶତ ପୁରୁଷ ନନଭେଜ ଖାଆନ୍ତି ନାହିଁ ।

କର୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନା ସମେତ ଦକ୍ଷିଣ ଭାରତରେ କେବଳ ୮ପ୍ରତିଶତ ମହିଳା ଓ ୫ପ୍ରତିଶତ ପୁରୁଷ ଏଭଳି ଯେଉଁମାନେ କେବେବି ନନଭେଜ ଖାଆନ୍ତି ନାହିଁ । ଗୋଆରେ କେବଳ ୩ପ୍ରତିଶତ ମହିଳା ଓ ୪ପ୍ରତିଶତ ପୁରୁଷ ଶାକାହାରୀ ଅଟନ୍ତି । ସେହି କ୍ରମରେ ମହାରାଷ୍ଟ୍ରରେ ୨୮ପ୍ରତିଶତ ମହିଳା ଓ ୧୭ପ୍ରତିଶତ ପୁରୁଷ ଶାକାହାରୀ ଅଟନ୍ତି । ଏହିଭଳି ଭାବେ ପୁରା ଭାରତରେ ଖାଦ୍ୟପେୟକୁ ନେଇ ବିବିଧତା ଦେଖିବାକୁ ମିଳିଥାଏ । ଶାକାହାରୀ ଓ ମାଶାହାରୀ ଲୋକଙ୍କ ଅନୁପାତ ବି ଅଲଗା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.