ମୁହଁରୁ ଦାଗ ହଟାଇବା ସହ ଚମକ ଆଣିବା ପାଇଁ ବେକିଂ ସୋଡାର କରନ୍ତୁ ଏପରି ବ୍ୟବହାର, ମିଳିବ ଫାଇଦା

ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ମହିଳା ମାନେ ମହଙ୍ଗାରୁ ମହଙ୍ଗା ଦ୍ରବ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏମିତି କିଛି ଘରୋଇ ଉପଚାର ରହିଛି ଯାହାର ବ୍ୟବହାରରେ ଆପଣ ବିୟୁଟି ପାର୍ଲର ପରି ଚମକ ପାଇ ପାରିବେ। ରୋଷେଇ ଘରେ ରଖାଯାଇଥିବା ବେକିଂ ସୋଡାକୁ ବ୍ୟବହାର କରନ୍ତୁ, ଚେହେରାରେ ଚମକ ଆସିବ ।

ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୁଏ । କିନ୍ତୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ପ୍ରଭାବଶାଳୀ । ବେକିଂ ସୋଡାରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି- ଏଜିଙ୍ଗ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଚର୍ମର ହଜିଜାଇଥିବା ଉଜ୍ଜ୍ୱଳତାକୁ ପୁନଃସ୍ଥାପିତ କରିବାରେ ସାହାଯ୍ୟ କରିବା ସହିତ କୁଞ୍ଚନ ଭଳି ଆଣ୍ଟି-ଏଜିଂ ଲକ୍ଷଣକୁ ମଧ୍ୟ ଠିକ କରିଥାଏ । ବେକିଂ ସୋଡାରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ଚର୍ମରୁ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ ବେକିଂ ସୋଡାର ଲାଭ :

ନିଖୁଣ ଏବଂ ଉଜ୍ଜ୍ବଳ ଚେହେରା ପାଇବାକୁ କିଏ ବା ନ ଚାହାନ୍ତି । ଯଦି ଆପଣ ବ୍ରଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏ ଖବରଟି ଆପଣଙ୍କ ପାଇଁ ।ଚର୍ମ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ବେକିଂ ସୋଡା ଆପଣଙ୍କ ତ୍ବଚାକୁ ଭଲ କରିଥାଏ । ଆପଣଙ୍କ ତ୍ବଚାକୁ ସୁସ୍ଥ ରଖିବା ସହ ଏହାକୁ ସ୍କ୍ରବିଙ୍ଗରେ ବ୍ୟବହାର କରି ଲାଭ ପାଇପାରିବେ ।

-ବେକିଂ ସୋଡାର ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଚର୍ମରେ ଥିବା ଦାଗ, ଲାଲ ପଡିଥିବା ସ୍ଥାନକୁ କମ କରିଥାଏ । ଏହାର ସାହାଯ୍ୟରେ ଆପଣ ନିଜ ଚେହେରାରେ ଆସୁଥିବା ସମସ୍ୟାକୁ ଦୂର କରିଥାଏ ।

-ବେକିଂ ସୋଡା ଆପଣଙ୍କ ଚର୍ମର ବିଶେଷ ଯତ୍ନ ନେଇପାରେ । ଏଥିରେ ଥିବା ଗ୍ରେନୀ ଟେକ୍ସଚର ଚର୍ମକୁ ଏକ୍ସଫୋଲିଏଟ୍ କରିବାରେ ସାହାଯ୍ୟ କରିଥାଏ | ଏକ୍ସଫୋଲିଏସନ୍ କାରଣରୁ ଚର୍ମରେ ଅଧିକ ଛିଦ୍ରତା ହୋଇଥାଏ ଏବଂ କାଠବ୍ରଣକୁ ଦୂର କରିବାରେ ସାହାଯ୍ୟ କରିଥାଏ | ଏମିତି କରିବା ଦ୍ବାରା ଆପଣଙ୍କ ମୁହଁର ବ୍ରଣ ସବୁ ଦୂର ହୋଇଥାଏ ।

– ବେକିଂ ସୋଡା ଆପଣଙ୍କ ଚର୍ମର ଆଦ୍ରତା ବଜାୟ ରଖେ ଏବଂ ଆପଣଙ୍କ ଜୀବାଣୁ ମୁକ୍ତ ସହ ପ୍ରଦୂଷଣରୁ ରକ୍ଷା କରିଥାଏ | ଯେବେ ଆମେ ବେକିଂ ସୋଡାକୁ ମୁହଁରେ ବ୍ୟବହାର କରୁ ତାହା ଏକ ନ୍ୟୁଟ୍ରାଲାଇଜର ଭାବେ କାମ କରିଥାଏ ଆଉ ଆପଣଙ୍କ ଚର୍ମର ପିଏଚ ସ୍କେଲକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.