Below header

ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ହମଲାରେ ଓଡ଼ିଆ ପୁଅ ସହିଦ: ଆସନ୍ତା ଅକ୍ଷୟ ତୃତୀୟାକୁ ବିବାହକୁ ପୂରିଥାନ୍ତା ବର୍ଷେ

ଧର୍ଯ୍ଯହରା ପରିବାର। କାନ୍ଦ ବୋବାଳିରେ କମ୍ପୁଛି ସାରା ପରିବେଶ। ତୁହାକୁ ତୁହା ଚେତାବୁଡି ଯାଉଛି ମା'ର। ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ବାପାର ଛାତି ଫାଟିପଡୁଛି। ଏ ବୟସରେ ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା ଅସମ୍ଭବ ।

ପିପିଲି(କେନ୍ୟୁଜ୍): ଧର୍ଯ୍ଯହରା ପରିବାର। କାନ୍ଦ ବୋବାଳିରେ କମ୍ପୁଛି ସାରା ପରିବେଶ। ତୁହାକୁ ତୁହା ଚେତାବୁଡି ଯାଉଛି ମା’ର। ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ବାପାର ଛାତି ଫାଟିପଡୁଛି। ଏ ବୟସରେ ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା ଅସମ୍ଭବ । ପୁଅକୁ ପାଠ ପଢାଇ ବଡ ମଣିଷ କଲେ। ଦେଶ ସେବା ପାଇଁ ସେନାରେ ଚାକିରି କଲା ପୁଅ। ହେଲେ ଶେଷରେ ସହିଦ ହେଇଗଲେ । ଆଉ ପୁଅର ସହିଦ ଖବର ଆସିବା ପରେ କେମିତି ବା ଦମ୍ଭ କରିବେ ବାପା ମା। ଏପଟେ ଖବର ପ୍ରଚାର ହେବାପରେ ସାହି ଭାଇଙ୍କ ଭିଡ ଜମିଛି ଘର ଆଗରେ।

ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଯାହାଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ।। ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ। ଯାହାଙ୍କୁ ମାତ୍ର ୨୮ ବର୍ଷ।

ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି। ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇ‍ଫଲ୍ସରେ ନିଯୁକ୍ତି ପାଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ ଓ ମା’ ହେଉଛନ୍ତି ମମତା ବିଶ୍ୱାଳ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ବିବାହ କରିଥିଲେ। ୨୦୨୩ ଅକ୍ଷୟ ତୃତୀୟାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଦେବାଶିଷ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ସେ ବିବାହ କରିଥିଲେ। ମାତ୍ର ୭ ମାସ ତଳେ ଦେବାଶିଷ କନ୍ୟା ସନ୍ତାନର ବାପା ହେବାର ଗୌରବ ପାଇଥିଲେ। କିନ୍ତୁ ଏହି ସୁଖର ସଂସାର ଆଜି ଆତଙ୍କୀ ହମଲାରେ ଉଜୁଡ଼ି ଯାଇଛି।

ଗତକାଲି ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍‌ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍‌ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.